କଣାସ – ବିଶ୍ୱ ମହାମାରୀ କରୋନାର ଦ୍ୱିତୀୟ ଲହରି ସଂକ୍ରମଣକୁ ରୋକିବା ପାଇଁ ପୁରୀ ଜିଲ୍ଲା କଣାସ ବ୍ଲକର କଣାସ ଠାରେ ଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏ.କେ.ଏସ୍.ଏସ୍ ଓ ରିଡିଓ ଅଭିନନ୍ଦ ତରଫରୁ ଅଭିଯାନ ଆରମ୍ଭ ହୋଇଛି । ଏହି ସଂସ୍ଥାର କର୍ମୀ ଓ କର୍ମକର୍ତା ମାନେ ଗାଁ ଗାଁ ବୁଲି ଲୋକମାନଙ୍କୁ ସଚେତନ କରିବା ସହିତ ମାକ୍ସ ବଂଟନ କରୁଛନ୍ତି । ବିଶେଷ କରି ଗ୍ରାମ୍ୟ ସଂଶୋଧନ କାର୍ଯ୍ୟକ୍ରମ ବର୍ତମାନ ଚର୍ଚ୍ଚାର ବିଷୟ ହୋଇଛି । ଏହି ସଂସ୍ଥାର କର୍ମକର୍ତା ଓ ସେଚ୍ଛାସେବୀମାନେ ନିଜ ଜୀବନକୁ ବିପନ୍ନ କରି ସୋଡିୟମ୍ ହାଇକୋଫ୍ଲୋରାଇଟ୍ ଦ୍ୱାରା ଗ୍ରାମ୍ୟ ବିଶୋଧନ କାର୍ଯ୍ୟ ଚାଲୁ ରଖିଛନ୍ତି । ବର୍ତମାନ ସୁଧା ଦୋକନ୍ଦା, ତ୍ରିଲୋଚନପୁର, ପାଣ୍ଡିଆକେରା, ସାହୁପଡା, କଣାସ, ବଡାସ ପ୍ରଭୃତି ଗ୍ରାମପଚାଂୟତର ୨୭ ଖଣ୍ଡ ଗ୍ରାମରେ ଏହି କାର୍ଯ୍ୟକ୍ରମ କରାଯାଇଛି । ବିଶେଷ କରି ଯେଉଁ ଗ୍ରାମରେ ସଂକ୍ରମଣ ଅଧିକ ରହିଛି ସେହି ଗ୍ରାମରେ ଅଗ୍ରାଧିକାର ଭିତିରେ ବିଶୋଧନ କାର୍ଯ୍ୟ କରାଯାଉଛି । କଣାସ ବ୍ଲକ ସମୁଦାୟ ୨୮ଟି ଗ୍ରାମପଚାଂୟତରେ ଏହି କାର୍ଯ୍ୟକ୍ରମ ଆବଶ୍ୟକ ଅନୁସାରେ କରାଯିବ ବୋଲି କର୍ମକର୍ତାମାନଙ୍କ ଠାରୁ ପ୍ରକାଶ । ଏହି କର୍ଯ୍ୟକ୍ରମ ଅନୁଷ୍ଠାନର ନିଜସ୍ୱ ସମ୍ବଳରେ କଣାସ ବ୍ଲକ ବିଡିଓ ଲୋଚନ ଦାସ ଓ ତହସିଲଦାର ଲକ୍ଷ୍ମୀଧର ମହାରଣାଙ୍କ ପରାମର୍ଶ କ୍ରମେ କରାଯାଉଛି । କଣାସ ବ୍ଲକ ଅନ୍ତର୍ଗତ ଯେ କୌଣସି ଗ୍ରାମରେ ବିଶୋଧନ କରିବା ପାଇଁ ହେଲେ ରଜନୀକାନ୍ତ ପାଢୀ ମୋ. ନଂ-୯୪୩୭୭୭୮୩୩୩ ଏବଂ ପ୍ରେମାନନ୍ଦ ଜାଲି ଫୋନ୍ ନଂ-୬୩୭୦୮୯୬୬୬୨/ ୯୪୩୮୭୫୩୪୯୬ ସହ ଯୋଗାଯୋଗ କରିବା ପାଇଁ ଅନୁଷ୍ଠାନ ତରଫରୁ ନିବେଦନ କରାଯାଇଛି ।
ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଉପେନ୍ଦ୍ର କୁମାର ପରିଡା, ସାସ୍ୱତକେଶରୀ ବଳିଆରସିଂହ, ସଂଯୁକ୍ତା ପ୍ରଧାନ, ରଜନୀରାଣୀ ମାର୍ଥା, ସୌଭାଗିନୀ ଦେବୀ, ପ୍ରକାଶ ଶ୍ରୀଚନ୍ଦନ, ଶରତ ନାୟକଙ୍କ ସମେତ ୨୫ ଜଣ ସ୍ୱେଚ୍ଛାସେବୀ ସାମିଲ୍ ହୋଇଛନ୍ତି । ଏହି ଗ୍ରାମ୍ୟ ବିଶୋଧନ କାର୍ଯ୍ୟକ୍ରମକୁ ରଜନୀକାନ୍ତ ପାଢୀ ଓ ପ୍ରେମାନନ୍ଦ ଜାଲି ପରିଚାଳନା କରୁଛନ୍ତି ।