ପଟ୍ଟାମୁଣ୍ଡାଇ – କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ସାରା ରାଜ୍ୟରେ ୧୪ ଦିନିଆ ଲକଡାଉନ ଓ ସପ୍ତାହନ୍ତ ସଟଡାଉନ ଘୋଷଣା କରିଛନ୍ତି. ଏହି କ୍ରମରେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସହରରେ ମଧ୍ୟ ସରକାରଙ୍କ ଏହି ନିଷ୍ପତିକୁ କଡାକଡି ଭାବେ ପାଳନ କରାଯାଉଛି. ଏହି ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ଥିବାରୁ ଅସହାୟ ଅବସ୍ଥାରେ ବୁଲୁଥିବା ଭିକାରୀ, ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଓ ବୁଲା ଗାଈ ଗୋରୁ ଖାଦ୍ୟ ବିନା ଡହଳବିକଳ ହେଇ ଖାଦ୍ୟ ପାଇଁ ଏଣେତେଣେ ବୁଲୁଥିବା ଦେଖିବାକୁ ଏହାକୁ. ଏହାକୁ ଲକ୍ଷ୍ୟ ପଟ୍ଟାମୁଣ୍ଡାଇ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ନଗର ଶାଖା ପକ୍ଷରୁ ପଟ୍ଟାମୁଣ୍ଡାଇ ସହରରେ ଖାଦ୍ୟ ପାଇଁ ଏଣେତେଣେ ବୁଲୁଥିବା ଅସହାୟ ବ୍ୟକ୍ତି, ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ରନ୍ଧାଖାଦ୍ୟ ବଟଂନ କରାଯାଇଛି. ପୋଖରୀଆପଡା ଓ ମୂଳବସନ୍ତ ସ୍କୁଲ ପଡିଆରେ ଅସ୍ଥାୟୀ ଭାବେ ରହିଥିବା ଯାଯାବର ପରିବାର ଗୁଡିକୁ ରନ୍ଧାଖାଦ୍ୟ ଓ ଫଳ ବଟଂନ କରାଯାଇଛି. ସେହିପରି ପଟ୍ଟାମୁଣ୍ଡାଇ ସହରରେ ବୁଲୁଥିବା ବୁଲାଇ ଗାଇଗୋରୁମାନଙ୍କୁ ନଡା, ଚୋକଡ, ଘାସ ଓ ପିଇବା ପାଣି ଯୋଗାଇ ଦିଆଯାଇଛି. ସହରରେ ହୋଟେଲ ଗୁଡିକ ବନ୍ଦ ଥିବାରୁ ବୁଲା କୁକୁର ଗୁଡିକ ଖାଦ୍ୟ ନପାଇ ଡହଳବିକଳ ହେଉଛନ୍ତି. ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ବୁଲା କୁକୁରମାନଙ୍କୁ ଖାଦ୍ୟ ବଟଂନ କରାଯାଇଛି. ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଜିଲ୍ଲା ସହକାର୍ଯ୍ୟବାହ ବିନୋଦ ବିହାରୀ ଦାସ, ଜିଲ୍ଲା ପ୍ରଚାର ପ୍ରମୁଖ ସୁଧାଂଶୁ ଭୂଷଣ ତ୍ରିପାଠୀ, ନଗର ଶାରୀରିକ ପ୍ରମୁଖ ଅଶ୍ରୁମୋଚନ ଶତପଥୀ, ସମାଜସେବୀ ସଞୟ କୁମାର ସାହୁ, ଭବାନୀ ଶଙ୍କର ପଣ୍ଡା, ରାଜେନ୍ଦ୍ର ଗିରି, ବଳରାମ ମଲିକ, ବିଶ୍ୱରଞନ ଶତପଥୀ. , ପ୍ରକାଶ ମଲିକ, ସୁଦର୍ଶନ ମଲିକ ପ୍ରମୁଖ ସାମିଲ ହୋଇଥିଲେ .ଅନ୍ୟ ପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ବୁଲା ଗାଈ ଗୋରୁ, କୁକୁର ମାନଙ୍କ ଖାଦ୍ୟ ପାଇଁ ପ୍ରତ୍ୟକ ପୌରାଞ୍ଚଳକୁ ଦୈନିକ ୫ ହଜାର ଟଙ୍କା ବ୍ୟୟ କରାଯିବାର ବ୍ୟବସ୍ଥା ଥିଲା ବେଳେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ଏହା ବାଦ ପଡିଛି ବୋଲି ସାଧାରଣରେ ଆଲୋଚନ ଜୋର ଧରିଛି.
Related Stories
January 23, 2025
January 23, 2025