 
                
ଜୟପୁର –  କୋରାପୁଟ ଜିଲାରେ କୋରନା  ଦ୍ୱିତୀୟ ଲହରି  ଶୃଙ୍ଖଳା ଭାଙ୍ଗିବା ପାଇଁ ଯଥା ଶିଘ୍ର ପଦକ୍ଷେର ନେବାପାଇଁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଜିଲାପାଳଙ୍କ ନିକଟରେ ଦାବୀ କରିଛନ୍ତି । ବର୍ତମାନ କୋରାନା ମହାମାରି ଉଗ୍ରରୁପ ଧାରଣା କରିଥିବା ବେଳେ  ଜିଲାର ୫ଟି ସ୍ଥାନ ଯେପରିକି ଜୟପୁର, କୋରାପୁଟ, ସୁନାବେଡ଼ା ପୌରାଂଚଳ, ସେମିଳିଗୁଡା ବ୍ଲକ, ଲକ୍ଷ୍ମୀପୁର, ବୋରିଗୁମ୍ମା ବ୍ଲକର  ସମଗ୍ର ଜିଲାର  ଶତକଡା ୮୦ ଭାଗ ରୋଗୀ ଅଛନ୍ତି । ତେଣୁ ଏହି ଅଂଚଳରେ  କୋରନା କୁ ରୋକ ଲଗାଇବା ପାଇଁ ଯଥାଶିଘ୍ର ଟିକା ଦେବା ପାଇଁ ଦାବି କରିଛନ୍ତି । ଏହା ସହ  ଦିନକୁ ଦିନ ରୋଗି  ସଂଖ୍ୟା ବଢ଼ୁଥିବା ବେଳେ ଜୟପୁର ଜିଲା କୋଭିଡ ହସପିଟାଲରେ ବେଡ ସଂଖ୍ୟା କମିଯାଇଛି ।  ତେଣୁ  ଜୟପୁରର  ଗ୍ଲୋବାଲ ହସପିଟାଲ ଓ କୋରାପୁଟର ବିକାଶ ହସପିଟାଲ  ଗୁରୁତର ରୋଗି  ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦେବାକୁ ଦାବି କରିଛନ୍ତି ।ଏହା   ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଙ୍କୁ ମଧ୍ୟ ଚିଠି କରିଛନ୍ତି ଜୟପୁର ବିଧାୟକ । ସେ ଉଲ୍ଲେଖ କରିଛନ୍ତି  ଯେ ପ୍ରତ୍ୟେକ ଦିନ କମ ସମୟ ଭିତରେ କୋଭିଡ ରୋଗି ସଂଖ୍ୟା ବଢୁଛି । ତେଣୁ ଜିଲା ସ୍ୱାସ୍ଥ୍ୟ ଅଧିକାରୀ ତୁରନ୍ତ ୨ ଶହ ବେଡ ଆବଶ୍ୟକତା ପୂରଣ କରିବାକୁ   ଘରୋଇ ହସପିଟାଲକୁ ବ୍ୟବହାର କରିବାକୁ ଦାବୀ କରିଛନ୍ତି । ଏହା କଲେ ରୋଗୀମାନେ ଉପକୃତ ହେବାସହ  ଉତମ  ସ୍ୱାସ୍ଥ୍ୟ ସେବା ପାଇପାରିବେ ବୋଲି ବିଧାୟକ ବାହିନିପତି ଉଲ୍ଲେଖ କରିଛନ୍ତି ।
                            
                        
	                    
 
                    







