ସୁନ୍ଦରଗଡ- ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ରବିବାର ଦିନ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ଡାକ୍ତରଖାନା ପରିଦର୍ଶନ କରି ଟୀକାକରଣ ଓ ନମୁନା ସଂଗ୍ରହ, ଟ୍ରେଷ୍ଟିଂଙ୍ଗ,ଟ୍ରେସିଂଙ୍ଗ,ଟ୍ରିଟମେଂଟସମ୍ପର୍କରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ସହ ଆଲୋଚନା କରିଛନ୍ତି । ଶ୍ରୀ ଓରାମ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।
ଶ୍ରୀ ଓରାମ ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ହାତିବାରୀ କ୍ୟାମୁନିଟୀସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ ଯାଇ ସେଠାକାର ପରିସ୍ଥିତି ବିଷୟରେ ପଚାରି ବୁଝିବା ସହିତ ବର୍ତ୍ତମାନ ପରିସ୍ଥିତିରେ ଟ୍ରେଷ୍ଟିଂଙ୍ଗ,ଟ୍ରେସିଂଙ୍ଗ,ଟ୍ରିଟମେଂଟଓ ଟୀକାକରଣକୁ ଆହୁରି ତୀକ୍ଷଣ କରିବା ସହିତ ବ୍ୟାପକ ଜନସଚେତନତା କରିବାକୁ ଡାକ୍ତରମାନଙ୍କୁ ପରାମର୍ଶ ଦେଇଥିଲେ । କୋଭିଡ ସଂକ୍ରମଣରୁ ନିଜକୁ ସୁରକ୍ଷିତ କରି କିପରି କରୋନା ବିରୁଦ୍ଧରେ ଲଢି ସମାଜରେ ସେବା କରିହେବ ସେଥିପାଇଁ ବୀରମିତ୍ରପୁର ସ୍ୱାସ୍ଥ୍ୟକେନ୍ଦ୍ର ଠାରେ କିଛି ସ୍ୱାସ୍ଥ୍ୟକର୍ମୀ ଓ ଯୁବ ସମାଜସେବୀଙ୍କୁ ସ୍ୱାସ୍ଥ୍ୟ ଉପକରଣ ଯଥା ପିପିଇ କିଟିସ୍, ଅକ୍ସୀମିଟର ପ୍ରଦାନ କରିବା ସହିତ ବିଭିନ୍ନ ସମସ୍ୟା ବାବଦରେ ଡାକ୍ତରମାନଙ୍କ ସହିତ ସେ ଆଲୋଚନା କରିଥିଲେ ।
ସେହିପରି ଶ୍ରୀ ଓରାମ ଆଜି ଅପରାହ୍ନରେ ସୁନ୍ଦରଗଡ଼ ଜିଲ୍ଲାର କୁଅଁରମୁଣ୍ଡା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ ପରିଦର୍ଶନରେ ଯାଇଥିଲେ । ଏହି ବ୍ଲକରେ କରୋନା ସଂକ୍ରମଣର ସ୍ଥିତି ସମ୍ବନ୍ଧରେ ସମୀକ୍ଷା କରିବା ସହିତ ଟୀକାକରଣ ଓ ନମୁନା ସଂଗ୍ରହକୁ ଗୁରୁତ୍ୱ ଦେବାକୁ ଡକ୍ଟର ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଦୃଢ଼ ମନୋବଳ ଏବଂ ସରକାରଙ୍କ ଦ୍ୱାରା ପ୍ରଦତ୍ତ କୋବିଡ ମାର୍ଗଦର୍ଶିକାକୁ ସଠିକ୍ ଭାବେ ପାଳନ କଲେ ଆମେ ନିଶ୍ଚିନ୍ତ ଭାବେ କରୋନା ସଂକ୍ରମଣକୁ ପ୍ରତିହତ କରିପାରିବା ବୋଲି ସେ କହିଥିଲେ ।
ଏ ସମ୍ବନ୍ଧରେ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ କ୍ଷ ଏହି ଅବସରରେ ସେଠିକାର ମେଡିକାଲ ଷ୍ଟାଫ ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀ ମାନଙ୍କୁ କିଛି ପିପିଇ କିଟ୍ସି, ଅକ୍ସି ମିଟର ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଉପକରଣ ବଂଟନ କରିଥିଲେ ।
ଶ୍ରୀ ଓରାମ ବଣ୍ଡମୁଣ୍ଡା ସ୍ଥିତ ରେଲୱେ ହସପିଟାଲ ମଧ୍ୟ ଯାଇ ସେଠାରେ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।
Related Stories
November 24, 2024
November 24, 2024