
କଣାସ- ଜନ ସଚେତନତା ଅଭାବରୁ କରୋନାର ଦ୍ୱିତୀୟ ଲହରି ଦୃତ ଗତିରେ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ୫ ତାରିଖରୁ ୧୯ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ ଘୋଷଣା କରିଥିବା ବେଳେ ବଜାର ଘାଟ ଜନଶୂନ୍ୟ ରହିଥିବା ବେଳେ ଗାଁ ଗହଳିରେ ଲକ୍ଡାଉନର କୌଣସି ପ୍ରଭାବ ପଡିନଥିବା ଦେଖିବାକୁ ମିଳିଛି । ପୁରୀ ଜିଲ୍ଲା କଣାସ ବ୍ଲକରେ ଦିନକୁ ଦିନ ପଜେଟିଭି ସଂଖ୍ୟା ବଢି ଚାଲିଛି । ଆଜି କଣାସ ବ୍ଲକର ବିଭିନ୍ନ ଗ୍ରାମରୁ ୧୦ ଜଣ କୋରନା ପଜେଟିଭି ଚିହ୍ନଟ ହୋଇଥିବା କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ପ୍ରକାଶ । ତନ୍ମଧ୍ୟରେ ଦାମଦରପୁରରୁ ଜଣେ, ଓଗାଳପୁରରୁ ଜଣେ, ଯୋଡାପଦରରୁ ୨ ଜଣ, ଦୋଛିଆଁରୁ ୧, କାତପଡାରୁ ୧, ପୋତାଘରରୁ ୧, ବୀରକେଶରପୁରରୁ ୧, ବିରିତୋଇ ଗ୍ରାମରୁ ୨ ଜଣ କରୋନା ପଜେଟିଭି ଚିହ୍ନଟ ହୋଇଛନ୍ତି । ବର୍ତମାନ ସୁଧା କଣାସ ବ୍ଲକର ୨୮ଟି ଗ୍ରାମପଚାଂୟତରେ ମୋଟ୍ ୪୬୧ ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି । ୧୪୭ ଜଣ ସୁସ୍ଥ ହୋଇଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି ।
ଗାଁଗହଳିରେ କ୍ରିକେଟ୍ ମ୍ୟାଚ୍, ପଶାପାଲି, ତାସ୍ ପ୍ରତିଯୋଗୀତା ଠାଆକୁ ଠାଆ ପଡୁଥିବା ଦେଖିବାକୁ ମିଳୁଛି । ଜନସଚେତନତା ପାଇଁ ବିଡିଓ ଲୋଚନ ଦାସ, ତହସିଲଦାର ଲକ୍ଷ୍ମୀଧର ମହାରଣା, କଣାସ ଆଇ.ଆଇ.ସି ତପନ ରାଉତ, ଗଡିଶାଗୋଦା ଆଇ.ଆଇ.ସି ନାରାୟଣ ଚନ୍ଦ୍ର ଲେଙ୍କା ବିଭିନ୍ନ ସ୍ଥାନରେ ଅମାନିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି ।