ନୂଆଦିଲ୍ଲୀ. ପ୍ରଫେସର ଏମ ଏସ ନରସିଂହଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି: “ପ୍ରଫେସର ଏମ ଏସ ନରସିଂହ ଜଣେ ଉଦାହରଣୀୟ ଗଣିତଜ୍ଞ ରୂପେ ସ୍ମରଣୀୟ ହୋଇ ରହିବେ, ଯିଏକି ବିଶ୍ଵ ସ୍ତରରେ ଏକ ଅଭୂତପୂର୍ବ ପ୍ରଭାବ ପକାଇଥିଲେ । ଗଣିତ ବ୍ୟତୀତ ନିଜର କାର୍ଯ୍ୟ ପାଇଁ ମଧ୍ୟ ସେ ଏକ ଛାପ ଛାଡିଯାଇଛନ୍ତି । ତାଙ୍କ ବିୟୋଗରେ ମୁଁ ମର୍ମାହତ । ତାଙ୍କ ପରିବାର ଏବଂ ବନ୍ଧୁବର୍ଗଙ୍କ ପ୍ରତି ମୋର ସମବେଦନା । ଓମ ଶାନ୍ତି” ।
ରାଜ୍ୟସଭା ସାଂସଦ ଶ୍ରୀ ରାଜୀବ ସାତବଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ
ରାଜ୍ୟସଭା ସାଂସଦ ଶ୍ରୀ ରାଜୀବ ସାତବଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକଟ କରିଛନ୍ତି। ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ମୋର ସଂସଦର ବନ୍ଧୁ ଶ୍ରୀ ରାଜୀବ ସାତବଙ୍କ ଦେହାନ୍ତ ଖବର ମୋତେ ଆଶ୍ଚର୍ଯ୍ୟାନ୍ଵିତ କରିଛି । ଆଗାମୀ ଦିନର ସେ ଜଣେ ସମ୍ଭାବୀ ନେତା ଥିଲେ । ତାଙ୍କ ପରିବାର, ବନ୍ଧୁବର୍ଗ ଏବଂ ସମର୍ଥକଙ୍କୁ ମୋର ସମବେଦନା । ଓମ ଶାନ୍ତି” ।