ଭଦ୍ରକ, ଓଡ଼ିଶାର ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ସାହିତ୍ୟିକ ପ୍ରଫେସର ଡଃ. ସନାତନ ମହାନ୍ତିଙ୍କ ଭଦ୍ରକ ସହରର ଯାନୁଗଞ୍ଜ ସ୍ଥିତ ବାସଭବନରେ ୯୫ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଆଜି ସକାଳ ସାଢ଼େ ୭ଟା ସମୟରେ ତାଙ୍କର ଦେହାନ୍ତ ଘଟିଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଭଦ୍ରକ ମହାବିଦ୍ୟାଳୟର ଅଧ୍ୟକ୍ଷ, ଗାନ୍ଧୀ ବିଚାର ମଂଚ ଓ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବ ସ୍ମାରକୀ ପରିଷଦର ସଭାପତି, ଫକୀର ମୋହନ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ସିନେଟ୍ ସଦସ୍ୟ ଥିଲେ । ସେ ଜଣେ ସୁଲେଖକ ଓ ଶିକ୍ଷା ବିତ୍ ଥିଲେ । ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତି କରିଛନ୍ତି ।