ଜଟଣୀ – ଜଟଣୀର ବିଭିନ୍ନ ସ୍ଥାନରେ ବେଆଇନ୍ ଭାବେ ବାଣ ବିକ୍ରୀ କରୁଥିବା ଅଭିଯୋଗରେ ଜଟଣୀ ପୁଲିସ୍ ବିନା ଲାଇସେନ୍ସ ପ୍ରାପ୍ତ ଲକ୍ଷାଧିକ ଟଙ୍କାର ବାଣ ଜବତ କରିଥିବା ବେଳେ ଏଥିରେ ୩ ଜଣ ବ୍ୟବସାୟୀଙ୍କୁ ଗିରଫ୍ କରିଛି । ସୂଚନାନୁସାରେ, ବ୍ୟବସାୟିକ ସହର ଜଟଣୀରେ ସିଜିନ୍ ବ୍ୟବସାୟ ପାଇଁ କ୍ଷାତ ଅର୍ଜନ କରିଥିବା ବେଳେ ବିଭିନ୍ନ ଅଂଚଳରୁ ବ୍ୟବସାୟୀ ଓ ଖାଉଟିମାନେ ଏଠାକୁ କିଣାବିକା ପାଇଁ ଆସିଥାନ୍ତି । ତେବେ ଏହାର ସୁଯୋଗରେ କେତେକ ବ୍ୟବସାୟୀ ବିନା ଅନୁମତି ପତ୍ରରେ ବ୍ୟବସାୟ ଚଳାଇଛନ୍ତି । ସରକାରଙ୍କ ନିଦେ୍ର୍ଧଶକୁ ଅବମାନନା କରି ବିପଦପୁର୍ଣ୍ଣ ଏହି ବ୍ୟବସାୟକୁ ଖୁଲମଖୁଲା ଭାବେ ଚଳାଇଥିବା ଅଭିଯୋଗ ହେବା ପରେ ଜଟଣୀ ପୁଲିସ୍ ଅତର୍କିତ ଚଢାଉ କରି ଜଟଣୀ ଥାନା ଅନ୍ତର୍ଗତ ବଡନୁଆଗାଁ ଅଂଚଳରେ ବାଣ ବ୍ୟବସାୟ କରୁଥିବା ବ୍ୟବସାୟୀ ଶ୍ୟାମ ସୁନ୍ଦର ସାହୁ (୫୧) ଏବଂ ରେଲୱେ ଗୋଲେଇ ମାର୍କେଟରେ ବ୍ୟବସାୟ କରୁଥିବା ଜଗନ୍ନାଥପୁର ଅଂଚଳର ବୈଷ୍ଣବ ଚରଣ ଦାସ (୭୩) ଓ ଡେଲାଙ୍ଗ ଥାନା ଅଧିନ ଘୋରଡିଆ ତେଲି ସାହିର ଜିତେନ୍ଦ୍ର ସାହୁ (୩୨) ଙ୍କ ଠାରୁ ଲକ୍ଷାଧିକ ଟଙ୍କାର ବେଆଇନ୍ ବାଣ ଜବତ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଛି । ସୂଚନା ଯେ, ଚଳିତ ବର୍ଷ ଜଟଣୀ ଅଂଚଳରେ ଖୋଲିବ ୮୦ ରୁ ଉଦ୍ଧ୍ୱର୍ ବାଣ ଦୋକାନ । ଏଥି ମଧ୍ୟରୁ ଅଳ୍ପ କେତେକଙ୍କର ଲାଇସେନ୍ସ ପାଇଥିବା ବେଳେ ଅନେକ ବିନା ଲାଇସେନ୍ସରେ ବ୍ୟବସାୟ କରିବେ ବୋଲି ଏକ ବିଶେଷ ସୂତ୍ରରୁ ଜଣା ପଡିଛି । ଅନ୍ୟ ପକ୍ଷରେ ଜଟଣୀ ଓ ଏହାର ଆଖପାଖରେ ୫ ଶହ ରୁ ଉଦ୍ଧ୍ୱର୍ ଦୋକାନ ଖୋଲାଯିବ ବୋଲି ଜଣାପଡିଛି । ଜଟଣୀ-ଭୁବନେଶ୍ୱର ମୁଖ୍ୟ ରାସ୍ତାର ଷଣ୍ଢପୁର ଠାରେ ଚଳିତ ବର୍ଷ ବାଣ ଦୋକାନ ଗୁଡିକ ଖୋଲାଯାଇଥିବାର ବିପଦକୁ ଲକ୍ଷ୍ୟ କରି ବିଭିନ୍ନ ବର୍ଗରୁ ଅଭିଯୋଗ ହୋଇଛି ।
Related Stories
November 24, 2024
November 24, 2024