
ଗଞ୍ଜାମ,ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜ ପାଥୋଲୋଜି ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡ଼ାକ୍ତର ବିଭୂକଲ୍ୟାଣ ମହାପାତ୍ରଙ୍କ ମେଡ଼ିକାଲ ବ୍ୟାଙ୍କ କଲୋନୀ ସ୍ଥିତ ବାସଭବନରେ ଗତକାଲି ରାତିରେ ବିୟୋଗ ଘଟିଛି । ସେ କରୋନାରେ ଆକ୍ରାନ୍ତ ହୋଇ ଗତ କିଛି ଦିନ ହେଲା ଘରେ ଚିକିତ୍ସାଧିନ ଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।