ଗଞ୍ଜାମ, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଏସିଜେଏମ ମନୋଜ କୁମାର ଏକ ହତ୍ୟା ମାମଲାର ଶୁଣାଣି କରି ଆବଶ୍ୟକ ସାକ୍ଷ୍ୟ ପ୍ରମାଣ ଅଭାବରୁ ଜଣେ ଅଭିଯୁକ୍ତକୁ ନିର୍ଦ୍ଦୋଶରେ ଖଲାସ୍ କରିଛନ୍ତି । ଅଭିଯୁକ୍ତ ଜଣକ ହେଉଛନ୍ତି ଜେନାଦେଇପୁର ପେଣ୍ଠର ଭଗବାନ ସାହୁ । ଗତ ୨୦୧୬ ମଇ ମାସରେ ଗୋପାଳ ଗୌଡ଼ ସାହିର ସୁଧାକର ଦାସ ଓ ତାର ସାଙ୍ଗ ଜନ୍ ନାୟକ ବାଇକ୍ ଯୋଗେ ବିଜିପୁର ପରିବା ବଜାରକୁ ସାମଗ୍ରୀ ଆଣିବାକୁ ଯାଉଥିଲେ । ଏହି ସମୟରେ ସେଠାରେ ଭଗବାନ ସହିତ କୌଣସି କଥାକୁ ନେଇ ଏମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାକୁ କେନ୍ଦ୍ର କରି ଭଗବାନ ସୁଧାକରଙ୍କୁ ଛୁରୀ ଭୁଷି ଦେଇଥିଲେ । ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ । ବ୍ରହ୍ମପୁର ପୋଲିସ ଏ ସଂକ୍ରାନ୍ତରେ ଏକ ହତ୍ୟା ମାମଲା ରୁଜ୍ଜୁ କରି ଭଗବାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ପରେ ସେ ଜାମିନ୍ ପାଇଥିଲେ । ଏହି ମାମଲାରେ ବିଚାରଣା ବେଳେ ୫ ଜଣଙ୍କ ସାକ୍ଷୀଙ୍କ ବୟାନକୁ ଭିତି କରି ପ୍ରମାଣ ଅଭାବରୁ କୋର୍ଟ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ୍ କରିଛନ୍ତି ।