

Related Stories
July 4, 2025
ଜଗନ୍ନାଥ ପ୍ରସାଦ-:ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଅଂଚଳରେ ଗତ ଗୁରବାର ଅପରାହ୍ନ ସମୟ ରେ ବିଭିନ୍ନ ସ୍ଥାନରେ ହୋଇଥିବା କାଳବୈଶାଖୀର ମହା ଘୂର୍ଣି ବଳୟ ଓ ଝଡତଫାନ ଦେଖିବାକୁ ମିଳିଥିଲା । ଯାହା ଫଳରେ ଅଞ୍ଚଳ ସମେତ ବିଭିନ୍ନ ଗ୍ରାମାଞ୍ଚଳରେ କେତେକ ସ୍ଥାନରେ ଗଛ ଡାଳ ଭାଙ୍ଗି ରାସ୍ତା ଉପରେ ପଡ଼ିଥିବା ବେଳେ ଆଉ କେତେକ ସ୍ଥାନରେ ବଡ଼ ବଡ଼ ଗଛ ମୂଳରୁ ଉପଡି ପଡି ରାସ୍ତା ଉପରେ ପଡ଼ିରହିଛି ।ସେହିପରି କେତେକ ଗରିବ ଲୋକଙ୍କ ଝାଟି ମାଟି କୁଡିଆ ଘରର ଛପର ଉଡ଼ାଇ ନେଇଥିବା ବେଳେ ଆଉ କେତେକ ଲୋକଙ୍କ ଘରର ଆଜବେଷ୍ଟ ଏବଂ ଟିଣ ଛପର ଉଡ଼ାଇ ନେଇଛି ।ଅନ୍ୟ ପକ୍ଷରେ ଚୋପରା ସ୍ଥିତ ଯୁବ ଉଦ୍ୟଗୀ ଗୋପାଳ କୃଷ୍ଣ ପଟ୍ଟନାୟକ ଙ୍କ କୁକୁଡ଼ା ଫାର୍ମ ଟି ସମ୍ପୂର୍ଣ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି ।ଭୀଷଣ ବର୍ଷା ଓ ଝଡ଼ ତୋଫାନ ଯୋଗୁଁ ଚାଷୀଙ୍କର ପନିପରିବା ଫସଲ ନଷ୍ଟ ହୋଇଯାଇଛି । ବିଭିନ୍ନ ସ୍ଥାନରେ ଡାଳ ପତ୍ର ଭାଙ୍ଗି ପଡିରହିଥିବା ବେଳେ ରାସ୍ତା ଅବରୋଧ ହୋଇଛି। ବିଭିନ୍ନ ଗ୍ରାମାଞ୍ଚଳରେ ଏହା ବ୍ୟାପକ କ୍ଷୟକ୍ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ରହିଥିବା ବେଳେ ବିଦୂତ ପୋଲ କୁ ମୋଡି ବଙ୍କା କରିଦେଇଥିବା ସୂଚନା ମିଳିଛି I ଯୁଦ୍ଧ କାଳୀନ ଭିର୍ତିରେ ବିଦୁତବିଭାଗ କର୍ମକର୍ତା କାମ ଆରମ୍ଭ କରି ଥିଲେ ମଧ୍ୟ ଏଯାବତ ଜଗନ୍ନାଥ ପ୍ରସାଦ ବ୍ଲକ ଅଞ୍ଚଳ ରେ ବିଦୂତ ସେବା ସମ୍ପୂର୍ଣ ଠପ ଅଛି I କାଳବୈଶଖୀର କ୍ଷୟ କ୍ଷତି ଆକଳନକରି ସରକାରୀ ସ୍ତରରେ ସହାୟତା ଯୋଗାଇଦେବା ପାଇଁ ଜନସାଧାରଣ ସରକାରଙ୍କୁ ଅନୁରୋଧ କରିଛନ୍ତି।