ଭଞ୍ଜନଗର- ମହାନ ଗାନ୍ଧିବାଦୀ ସ୍ୱାଧୀନତା ସଂଗ୍ରାମୀ ବାଞ୍ଛାନିଧି ପଟ୍ଟନାୟକ ଙ୍କ ୧୧୯ତମ ଜୟନ୍ତୀ ୧୯ ତାରିଖରେ ପ୍ରଫୁଲ୍ଲ କୁମାରୀ ମହିଳା ମହାବିଦ୍ୟାଳୟ, ଗୋବରା ଠାରେ ମହାସମାରୋହରେ ପାଳିତ ହୋଇ ଯାଇଛି।ଏହି ଅବସରରେ ପ୍ରାକ୍ତନ ପ୍ରଶାସକ ଶ୍ରୀରଘୁନାଥ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଓ ଶ୍ରୀ ଶୁଳପାଣି ଶତପଥି ଙ୍କ ସଂଯୋଜନା ରେ ଆୟୋଜିତ ବାଞ୍ଛାନିଧି ପଟ୍ଟନାୟକ ସ୍ମାରକୀ ଜୟନ୍ତୀ କାର୍ଯ୍ୟକ୍ରମ ରେ ମାନନୀୟା ଆସିକା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ ଉଦଘାଟକ ଭାବେ ଯୋଗଦେଇ ବାଞ୍ଛାନିଧି ସ୍ମାରକୀ ପଦଯାତ୍ରାରେ ଯାଇ ଗୋବରା ଠାରେ ବାଞ୍ଛାନିଧି ପଟ୍ଟନାୟକ ଙ୍କ ସ୍ମୃତି ପୀଠରେ ଓ କଲେଜ ପରିସରରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ଆୟୋଜିତ ସଭାରେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ମଣିଷ ହୋଇ ସାମାଜିକ ସୁରକ୍ଷା ରେ ଭାଗ ନେବାକୁ ପ୍ରବର୍ତ୍ତାଇ ଥିଲେ।ମୁଖ୍ୟବକ୍ତା ଭାବେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜିତେନ୍ଦ୍ର ନାରାୟଣ ଦାସ ଯୋଗ ଦେଇ ଗାନ୍ଧିଜୀ ଙ୍କ ନୀତି ଆଦର୍ଶ ଓ ବାଞ୍ଛାନିଧି ପଟ୍ଟନାୟକ ଙ୍କ ସ୍ବାଧିନତା ସଂଗ୍ରାମ ରେ ଭୂମିକା ସମ୍ପର୍କରେ ବହୁ ସୁନ୍ଦର ଭାବରେ ଆଲୋକପାତ କରିଥିଲେ।ସମ୍ମାନୀୟ ଅତିଥି ଭାବେ ଶ୍ରୀ ଯୁକ୍ତ ମନ୍ମଥ କୁମାର ଶତପଥି, ପ୍ରାକ୍ତନ ସଚିବ ସଙ୍ଗୀତ ନାଟକ ଏକାଡେମୀ, ମାମା ପରିଡ଼ା, ଅଧକ୍ଷା, ମହିଳା ମହାବିଦ୍ୟାଳୟ, ବେଲଗୁଣ୍ଠା ବ୍ଲକ ପ୍ରାକ୍ତନ ଅଧକ୍ଷ ପ୍ରଶାନ୍ତ କୁମାର ନାୟକ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପଞ୍ଚାନନ ଗୌଡ଼, ପୁର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁରଥ ପ୍ରଧାନ,ବାଞ୍ଛାନିଧି ପଟ୍ଟନାୟକ ସ୍ମାରକୀ ସମିତି,ଭୁବନେଶ୍ୱର ପକ୍ଷରୁ କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ, ନିହାରେନ୍ଦ୍ର ଭୂୟାଁ ମହାପାତ୍ର,ନୀଳମଣି ପଟ୍ଟନାୟକ ପ୍ରମୁଖ ଯୋଗଦେଇ ବାଞ୍ଛାନିଧି ପଟ୍ଟନାୟକ ଙ୍କ ସ୍ମୃତି ଚାରଣ ସହିତ ଛାତ୍ରଛାତ୍ରୀ ମାନଙ୍କ ଭିତରେ ସେବା ମନୋଭାବ ଜାଗ୍ରତ କରିବାର ମନ୍ତ୍ର ପ୍ରଦାନ କରିଥିଲେ ଓ ଆଗାମୀ ଦିନରେ ସମାଜ ର ବିକାଶ ରେ ଭାଗ ନେଇ ଏକ ସକ୍ଷମ ସମାଜ ଗଠନ ପାଇଁ ପ୍ରବର୍ତ୍ତାଇ ଥିଲେ।ବାଞ୍ଛାନିଧି ସ୍ମାରକୀ ସମିତି ପକ୍ଷରୁ ଗୋବରା ଗ୍ରାମ ପଂଚାୟତ ର ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ପ୍ରଭାତ ଫେରି ଓ ପ୍ରତିଯୋଗିତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଆୟୋଜିତ ସଭାରେ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ମହାପାତ୍ର ଙ୍କୁ ବାଞ୍ଛାନିଧି ସ୍ମୃତି ସମ୍ମାନ ଓ ଗୀତାଞ୍ଜଳି ରଥ ଙ୍କୁ କୁନ୍ଦଲତା ସ୍ମୃତି ସମ୍ମାନ ମାନନୀୟା ସାଂସଦ ଙ୍କ ଦ୍ଵାରା ପ୍ରଦାନ କରାଗଲା।ବିଭିନ୍ନ ଶିକ୍ଷାନୁଷ୍ଠାନ ରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ୨୦ଜଣ ଛାତ୍ରଛାତ୍ରୀ ଙ୍କୁ ମାନପତ୍ର ସହ ବାଞ୍ଛାନିଧି ସ୍ମାରକୀ ଟ୍ରଫି ପ୍ରଦାନ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପ୍ରଦାନ କରାଯାଇ ଥିଲା।ବାଞ୍ଛାନିଧି ଜୟନ୍ତୀ ପାଳନ କାର୍ଯ୍ୟକ୍ରମ ରେ ଶୁଳପାଣି ଶତପଥୀ ସ୍ୱାଗତ ଭାଷଣ ଓ ଅଭର୍ଥନା କମିଟି ସଭାପତି କୁଞ୍ଜବିହାରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ବାଞ୍ଛାନିଧି ସ୍ମାରକୀ ସମିତି ଅଭ୍ୟର୍ଥନା କମିଟି ପକ୍ଷରୁ ଶ୍ରୀ ବିଭୂପାଦ ଜେନା, ସୁରେନ୍ଦ୍ର ଦାସ, ମୁନେନ୍ଦ୍ର ପରିଡା, ଗୌର ହରି ପରିଡା, ସରପଞ୍ଚ ରାଜେନ୍ଦ୍ର କୁମାର ଗୌଡ଼, ପ୍ରତାପ ଚନ୍ଦ୍ର ସ୍ୱାଇଁ, ଗୋରାଚାନ୍ଦ ସ୍ୱାଇଁ, କୈଳାଶ ଚନ୍ଦ୍ର ପାଢ଼ୀ, ସନ୍ତୋଷ ବିଶ୍ୱାଳ,ଦ୍ବିତୀକୃଷ୍ଣ ସାହୁ, ଜିଲ୍ଲା ପରିଷଦ ଅମିତ କୁମାର ନାୟକ, ରଙ୍କନିଧି ପରିଛା,ଗଙ୍ଗାଧର ଦାସ, ସୁବାସ ଚନ୍ଦ୍ର ସାମଲ, ଡ଼ଃ. ରତ୍ନା ସାଗର ମଳିକ,ରାମଚନ୍ଦ୍ର ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମରେ ପ୍ରମୁଖ ସଂଯୋଜନା ଦାୟିତ୍ୱ ତୁଲାଇ କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ।
Related Stories
November 24, 2024