
ବୈଶାଖ ଶୁକ୍ଳ ତୃତୀୟା ତିଥି ଯାହା ପବିତ୍ର ଅକ୍ଷୟ ତୃତୀୟା ନାମରେ ନାମିତ। ଏହି ଦିନ ଠାରୁ ଦୀର୍ଘ ୨୧ ଦିନ ବ୍ୟାପି ମହାପ୍ରଭୁଙ୍କ ର ବାହାର ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ।ଚଳିତ ବର୍ଷ ମହାମାରୀ କରୋନା ପାଇଁ ଶ୍ରୀଜୀଉ ଙ୍କ ବାହାର ଚନ୍ଦନ ଯାତ୍ରା କଟକଣା ମଧ୍ୟରେ ଅନୁଷ୍ଠିତ ହେଉଛି। ଏହି କାରଣରୁ ଅନେକ ଭକ୍ତ ମହାପ୍ରଭୁଙ୍କ ଏହି ଦୁର୍ଲଭ ଯାତ୍ରା ଦେଖିବାରୁ ବଞ୍ଚିତ ହେବେ। ପୁରୀ କୁମ୍ଭାରପଡାର ୧୮ ବର୍ଷୀୟ ଯୁବକ ଶାଶ୍ୱତ ରଞ୍ଜନ ସାହୁ ଘରେ ଦୀର୍ଘ 4 ଦିନ ର ପରିଶ୍ରମ ରେ 2120 ଟି ଦିଆସିଲି କାଠି କୁ ନେଇ ଚନ୍ଦନ ଯାତ୍ରାରେ ବ୍ୟବହୃତ ହେଉଥିବା ନନ୍ଦା ଓ ଭଦ୍ରା ଦୁଇଟି ଚାପ ମଧ୍ଯ ରୁ ଧଳା ଚାପ ଯାହାର ନାମ “ନନ୍ଦା” ର ପ୍ରତିକୃତି ନିର୍ମାଣ କରିଛନ୍ତି l ଯାହାର ଲମ୍ବ 24 ଇଞ୍ଚ ଓ ପ୍ରସ୍ଥ 19 ଇଞ୍ଚ ବିଶିଷ୍ଟ ରହିଛି। ଏହାକୁ ନିର୍ମାଣ କରିବା ପାଇଁ କେବଳ ଦିଆସିଲି କାଠି ଓ ଅଠା ବ୍ୟବହାର ହୋଇଛି |