ନୂଆଦିଲ୍ଲୀ, ନୋଭେଲ୍ କରୋନା ଭାଇରସ୍ (କୋଭିଡ-୧୯) ଦ୍ୱାରା ସୃଷ୍ଟି ହୋଇଥିବା ଅସୁବିଧା କାରଣରୁ ସିଭିଲ୍ ସର୍ଭିସେସ୍ (ପ୍ରିଲିମିନାରୀ) ପରୀକ୍ଷା ୨୦୨୧କୁ କେନ୍ଦ୍ର ଲୋକସେବା ଆୟୋଗ ସ୍ଥଗିତ ରଖିଛନ୍ତି । ଏହି ପରୀକ୍ଷା ଯାହା ୨୭ ଜୁନ୍, ୨୦୨୧ରେ ଅନୁଷ୍ଠିତ ହେବାର ଥିଲା, ତାହା ବର୍ତ୍ତମାନ ୧୦ ଅକ୍ଟୋବର, ୨୦୨୧ରେ ଅନୁଷ୍ଠିତ ହେବ ।