ଗଞ୍ଜାମ, ବ୍ରହ୍ମପୁର କେନ୍ଦ୍ରୀୟ କାରାଗାରରେ ୪୮ ଜଣ ବନ୍ଦୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ଜଣେ ଆଜୀବନ କଏଦୀ ଗୁରୁତର ଥିବାରୁ ଏବଂ ତାଙ୍କର ଅମ୍ଳଜାନର ଆବଶ୍ୟକତା ରହିଥିବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତି କରାଯାଇଛି । ଅନ୍ୟ ମାନଙ୍କୁ ଜେଲ୍ ମଧ୍ୟରେ ଥିବା ୧୦୦ ଶଯ୍ୟା ବିଶିଷ୍ଟ ଡେଡିକେଟେଡ୍ କୋଭିଡ଼୍ ହସ୍ପିଟାଲରେ ରଖାଯାଇ ଚିକିତ୍ସା କରାଯାଉଛି । ଆବଶ୍ୟକ ହେଲେ ସୋନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇପାରେ । ଜେଲ୍ ଡାକ୍ତରଙ୍କ ସମେତ ଅନ୍ୟ ଜଣେ ଡାକ୍ତରଙ୍କୁ ଏଥି ନିମନ୍ତେ ନିଯୁକ୍ତି ଦିଆଯାଇଛି । ବର୍ତମାନ ଏହି ଜେଲ୍ ରେ ୯୨୭ ଜଣ ବନ୍ଦୀ ରହିଥିବା ବେଳେ ୨୭ଟି କୋଠରୀ ରହିଛି । ଅନ୍ୟ ବନ୍ଦୀ ମାନଙ୍କ ମଧ୍ୟ କୋଭିଡ୍ ଟେଷ୍ଟ କରାଯିବ ବୋଲି ଜେଲର୍ ସୂଚନା ଦେଇଛନ୍ତି ।