
ମାଲକାନଗିରି, ମାଲକାନଗିରି ଜିଲ୍ଲାରେ ଆଜି ନୂଆ ୧୦୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିବା ପରେ ଗୁରୁତରଙ୍କୁ କୋଭଡ୍ ହସ୍ପିଟାଲ ଓ ସାମାନ୍ୟ ଆକ୍ରାନ୍ତଙ୍କୁ ହୋମ୍ ଆଇସୋଲେସନରେ ରଖାଯାଇ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦିଆଯାଉଛି । ଏହାକୁ ମିଶାଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୪୬୪ କୁ ବୃଦ୍ଧି ପାଇଛି । ଏଥି ମଧ୍ୟରୁ ଗତକାଲି ସୁଦ୍ଧା ୫୭୮୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତମାନ ଜିଲ୍ଲାରେ ସକ୍ରିୟ ମାମଲା ୬୫୧ ରହିଛି । ସେହିପରି ଅଦ୍ୟାବଧି ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୯ ରହିଛି ।
ନୂଆ ଚିହ୍ନଟ ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରେ ରହିଛନ୍ତି ମାଲକାନଗିରି ପୌରାଚଂଳରୁ ୧୮ ଜଣ, ମାଲକାନଗିରି ବ୍ଲକରୁ ୬ ଜଣ, କୋରକୋଣ୍ଡା ବ୍ଲକରୁ ୭ ଜଣ, ମାଥିଲି ବ୍ଲକରୁ ୧୦ ଜଣ, କାଲିମେଳା ବ୍ଲକରୁ ୧୮ ଜଣ, ଖଇରପୁଟ ବ୍ଲକରୁ ୨୮ ଜଣ, ଚିତ୍ରକୋଣ୍ଡା ବ୍ଲକରୁ ୪, ପଡ଼ିଆ ବ୍ଲକରୁ ୬ ଜଣ ଏବଂ ବାଲିମେଳା ବିଜ୍ଞାପିତ ଅଂଚଳରୁ ୬ ଜଣ ଆକ୍ରାନ୍ତ ରହିଛନ୍ତି । ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରେ ଜଣେ କରୋନା ଯୋଦ୍ଧା ରହିଛନ୍ତି । ନୂଆ ଚିହ୍ନଟ ଏହି ଆକ୍ରାନ୍ତ ମାନେ ସମସ୍ତେ କ୍ଲିନିକାଲ ରେଫର୍ ପରେ ପିଜିଟିଭ୍ ଚିହ୍ନଟ ହୋଇଛନ୍ତି ।