ଗୁରୁବାର ଦିବା ୧୨ ଘଣ୍ଟିକା ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ସମ୍ମୁଖ କରୋନା ମହାମାରୀର ଦ୍ଵିତୀୟ ଲହର ସାଧାରଣ ଜନ ଜୀବନ ଓ ଜୀବିକାକୁ ବହୁପରିମାଣରେ ପ୍ରଭାବିତ କରିଛି |ଏଥିରୁ ବ୍ରାହ୍ମଣ, ପୂଜକ ମାନେ ମଧ୍ୟ ବାଦ ପଡି ନାହାନ୍ତି |ଉତ୍କଳ ବିଦ୍ୱତ ପରିଷଦ ବ୍ରାହ୍ମଣ ମାନଙ୍କୁ କିଛି ରୋଷେଇ ସାମଗ୍ରୀ ସହାୟତା କରିବାକୁ ନିଷ୍ପତ୍ତି ନେଇଛି |ଏହି ଲକଡାଉନ /ସଟଡାଉନ ସମୟରେ ଗୋଟିଏ ଗୋଟିଏ ରୋଷେଇ ସାମଗ୍ରୀ ପୁଡିଆ ଯେଉଁଥିରେ ଚାଉଳ, ଡାଲି, ଅଟା, ତେଲ, ଚିନି ଓ ଅନ୍ୟାନ୍ୟ ସାମଗ୍ରୀକୁ ସମ୍ମିଳିତ କରାଯାଇଛି ତାହାକୁ ବଣ୍ଟନ କରିବାକୁ ଅଭିଯାନ ଆରମ୍ଭ ହୋଇଛି |ଆଜି ମଧ୍ୟାନ୍ନ ସମୟରେ ପରିଷଦ ର ସଚିବ ବିଜୟ କୃଷ୍ଣ ବ୍ରହ୍ମା ଙ୍କ ନେତୃତ୍ୱରେ ମୁକ୍ତିମଣ୍ଡପ ର ୧୨ ଜଣ ପଣ୍ଡିତ ଙ୍କୁ ଆମନ୍ତ୍ରଣ ପୂର୍ବକ ଦକ୍ଷିଣ ଦ୍ୱାରା ସଂଲଗ୍ନ୍ ବଟେଶ୍ୱରୀ ମନ୍ଦିର ପାଖରେ ଏହି ସାମଗ୍ରୀ ପୁଡିଆ ବଣ୍ଟନ କରାଯାଇଥିଲା |ପଣ୍ଡିତ ମାନେ ଏହି କାର୍ଯ୍ୟରେ ପ୍ରୀତ ହୋଇ ଆଶୀର୍ବାଦ ପ୍ରଦାନ କରିଥିଲେ |ଏହି କାର୍ଯ୍ୟକ୍ରମରେ ଶୁଭାରମ୍ଭ ପରିଷଦର ଅଧ୍ୟକ୍ଷ ମନୋଜ ରଥ କରିଥିଲେ |ସମାଜସେବୀ ଜିତେନ୍ଦ୍ର ମହାପାତ୍ର, ଦେବେନ୍ଦ୍ର ମହାରଣା, ଦେବୀ ବ୍ରହ୍ମା, ଅବିନାଶ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଉତ୍ସାହିତ କରିଥିଲେ |ଆଗାମୀ ଦିନରେ ଏହି ସହାୟତା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯିବା ପାଇଁ ଯୋଜନା କରାଯାଇଛି |
Related Stories
November 24, 2024
November 24, 2024