-
ସରକାରଙ୍କ ଟୀକାର ଗ୍ଲୋବାଲ୍ ଟେଣ୍ଡରିଂ ସ୍ଵାଗତଯୋଗ୍ୟ -ଆଶ୍ସୋସିଏସନ ଅଫ ଟ୍ୱିଟର ଆକଟିଭୀଷ୍ଟସ ,
ଆଶ୍ସୋସିଏସନ ଅଫ ଟ୍ୱିଟର ଆକଟିଭୀଷ୍ଟସ ତରଫରୁ ସତ୍ୟ ନାରାୟଣ ସାହୁ, ସନ୍ତୋଷ କୁମାର ବିନ୍ଧାଣି, ଦେବରାଜ ଦାସ, ଆଦିତ୍ୟ ନାରାୟଣ ବାରିକ, ପ୍ରିୟଙ୍କା ପାତ୍ର, କୃଷ୍ଣ ଚନ୍ଦ୍ର ପ୍ରଧାନ, ଡ଼ି. ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ରହି ପୁରୀ ସହରର ପ୍ରତି ୱାର୍ଡ଼ ୱାରି କୋଭିଡ଼ ଟୀକାକରଣ ବ୍ୟବସ୍ଥା ଯୋଗାଇ ଦେବାପାଇଁ ଲିଖିତରେ ପୁରୀ ଜିଲ୍ଲାପାଳ ଙ୍କୁ ଅନୁରୋଧ କରାଯାଇଛି |ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି ଯେ
ବର୍ତ୍ତମାନ ସ୍ଥିତିରେ ପୁରୀ ସହର ତଥା ଜିଲ୍ଲା ମଧ୍ୟରେ କରୋନା ରୋଗୀ ସଂଖ୍ୟା ଦୃତ ଗତିରେ ବଢ଼ି ଚାଲିଛି । ସହର ମଧ୍ୟରେ ମଧ୍ୟ ପରିସ୍ଥିତି ଭୟଙ୍କର ରୂପ ନେଇ ସାରିଛି । ଏହି ମହାମାରୀକୁ
ନିୟନ୍ତ୍ରଣାଧନ କରିବା ପାଇଁ ସରକାରଙ୍କ ମାଗଣା ଟୀକାକରଣ ବ୍ୟବସ୍ଥା ସହ ଟୀକାର ଗ୍ଲୋବାଲ୍ ଟେଣ୍ଡରିଂ ବ୍ୟବସ୍ଥାଅତ୍ୟନ୍ତ ସ୍ଵାଗତଯୋଗ୍ୟ । ମାଗଣା ଟୀକାକରଣ ପାଇଁ ପୁରୀ ସହରରେ ମଧ୍ୟ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଏହାର ବ୍ୟବସ୍ଥାକରାଯାଇଛି ।ଅତ୍ୟନ୍ତ ଦୁଃଖର ବିଷୟ ଏହିକି ଯେ, ଟୀକାକରଣ କେନ୍ଦ୍ର ଗୁଡ଼ିକ ବହୁତ ସୀମିତ ସଂଖ୍ୟାରେ ରହିଥିବାରୁ ଟୀକାନେବା ପାଇଁ ପ୍ରତ୍ୟେକ କେନ୍ଦ୍ରରେ ପ୍ରବଳ ଭିଡ଼ ଜମୁଛି, ତଦ୍ୱାରା ଏହା ଆହୁରି ଭୟଙ୍କର ସଂକ୍ରମଣ ବ୍ୟାପିବାର ଯଥେଷ୍ଟଆଶଙ୍କା ରହୁଛି । ଏହାବ୍ୟତୀତ, ଆଗକୁ ମଧ୍ୟ କରୋନା ମହାମାରୀର ତୃତୀୟ ଲହରୀ ଆସୁଥିବାର ସୂଚନା ମିଳୁଛି,ଯାହାକି ଆହୁରି ଭୟଙ୍କର ରୂପ ମଧ୍ୟ ଧାରଣ କରିବ । ତେଣୁ ଏହା ଆସିବା ପୂର୍ବରୁ ଆମ୍ଭକୁ ଯଥାସମ୍ଭବ ସତର୍କତାଅବଲମ୍ବନ ସହ, ତୃତୀୟ ଲହରୀ ବ୍ୟାପିବା ଆଗରୁ ସମସ୍ତ ପୁରୀ ବାସିନ୍ଦାଙ୍କୁ ଟୀକା ଦେବା ନିହାତି ଆବଶ୍ୟକ ରହୁଛି ।
ଟୀକାକରଣ ବ୍ୟବସ୍ଥାକୁ ପ୍ରତ୍ୟେକ ୱାର୍ଡ ୱାରୀ କରାଯାଉ ।
ପ୍ରତ୍ୟେକ ୱାରେ ଖାଲିଥିବା ଅଙ୍ଗନୱାଡ଼ି ଗୃହ, ସ୍କୁଲ ଘର ଏବଂ କମ୍ୟୁନିଟି ସେଣ୍ଟର ଆଦିର ସୁବିଧା ମଧ୍ୟ ରହିଛି ।ଏହିସବୁ ସ୍ଥାନରେ ପ୍ରତ୍ୟେକ ୱାର୍ଡ଼ରେ ଟୀକାକରଣ କରାଗଲେ ସାଧାରଣ ଲୋକମାନେ ସୁବିଧାରେ ଟୀକା ନେଇପାରିବେ,ଯଦ୍ୱାରା ତୃତୀୟ ଲହରୀ ଆସିବା ଆଗରୁ ପୁରୀର ଜନସାଧାରଣ ସଂକ୍ରମଣକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ହୋଇସାରିଥିବେ ।