କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ଆଗାମୀ ମଇ ମାସ ୧୫ ରିଖରେ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ପରମ୍ପରା ଅନୁସାରେ ଅନୁକୂଳ ହେବାକୁ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଚନ୍ଦନ ଯାତ୍ରା ନିମନ୍ତେ ଡ଼ଙ୍ଗା ଓ ରଥଯାତ୍ରା ନିମନ୍ତେ ରଥ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ କିଷାନ କୁମାର |ସେ ଆଜି ନରେନ୍ଦ୍ର ପୁଷ୍କରିଣୀ କୁ ଯାଇ ଚାପ ଓ ଡ଼ଙ୍ଗା ନିର୍ମାଣ ଏବଂ ରଥ ଖଳାରେ ଆଗାମୀ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ପ୍ରଥା ପୂର୍ବର ପରମ୍ପରା ଅନୁଯାୟୀ ସମସ୍ତ କାର୍ଯ୍ୟର ପ୍ରସ୍ତୁତି ଓ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ |ରଥ ଖଳକୁ ସ୍ୱତନ୍ତ୍ର ଧଳା ରଙ୍ଗର କପଡାରେ ପ୍ରଶାସନ ଦ୍ୱାରା ଆବଦ୍ଧ କରାଯାଇଛି |