ଜଗନ୍ନାଥ ପ୍ରସାଦ ରୁ ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ
କରୋନା ମହାମାରୀ ସାରା ଭାରତକୁ କବଳିତ କରି ରଖିଛି । ଏବେ ଓଡ଼ିଶାରେ କରୋନା ତାର ଧିରେ ଧିରେ କାୟା ବିସ୍ତାର କରି ଚାଲିଛି । କରୋନା ଅନେକ ଲୋକଙ୍କ ଜୀବନ ମଧ୍ୟ ନେଇସାରିଲାଣି । ଏମିତିରେ ବି ଲୋକେ ସଚେତନ ହେଉନଥିବା ଦେଖିବାକୁ ମିଳୁଛି । ଗ୍ରାମାଞ୍ଚଳ ମାନଙ୍କରେ ଲୋକେ କେହିବି ସଚେତନ ହେଉନାହାନ୍ତି । କେହି ବି ମାସ୍କ୍ ବ୍ୟବହାର କରୁନଥିବା ଦେଖିବାକୁ ମିଳୁଛି । ଯଦି ଆଗକୁ ଏପରି ହୁଏ ତେବେ ପରିସ୍ଥିତି ବିଗିଡ଼ିବାର ସମ୍ଭାବନା ଅଧିକ । ସଟ୍ ଡାଉନ୍ ସମୟରେ କେହି ବିନା କାରଣରେ ବାହାରକୁ ବାହାରିବା କଥା ନୁହେଁ ହେଲେ ଲୋକେ କଣ ଏହାକୁ ମାନିବେ ? ପ୍ରଶାସନ ତରଫରୁ ବାରମ୍ବାର ଅନୁରୋଧ କଲା ପରେ ମଧ୍ୟ ଏହାର ବ୍ୟତିକ୍ରମ ଗ୍ରାମାଞ୍ଚଳରେ ଦେଖିବାକୁ ମିଳୁଛି । ସଟ୍ ଡାଉନ୍ କଣ ଲକ୍ ଡାଉନ୍ କଣ ଆହୁରି ଲୋକେ କେହିବି ବୁଝିପାରୁନାହାନ୍ତି । ଏବେବି ଗ୍ରାମାଞ୍ଚଳରେ ସଚେତନତାର ଆବଶ୍ୟକ ରହିଛି । କରୋନା ଭୁତାଣୁ ଏବେ ଯେଉଁ ଭଳି ଭାବରେ ଲୋକ ମାନଙ୍କୁ ଗ୍ରାସ କରିଚାଲିଛି ଗଞ୍ଜାମ ଜିଲ୍ଲାରେ ମଧ୍ୟ କରୋନା ତାର ଧିରେ ଧିରେ କାୟା ମେଲାଉଛି । କରୋନା ଭୁତାଣୁକୁ ପ୍ରତିହତ କରିବାପାଇଁ ସଚେତନତାର ଆବଶ୍ୟକ ରହିଛି । ଖାସ୍ କରିକି ଗ୍ରାମାଞ୍ଚଳ ମାନଙ୍କରେ । ଜଗନ୍ନାଥ ପ୍ରସାଦ ପୋଲିସ ତରଫରୁ ଅନୁରୋଧ କରୁଛୁ ସମସ୍ତେ ମାସ୍କ୍ ବ୍ୟବହାର କରନ୍ତୁ , ସାମାଜିକ ଦୂରତା ବଜାୟ ରଖନ୍ତୁ , ନିୟମିତ ସଫାସୁତୁରା ରୁହନ୍ତୁ , ବିନା କାରଣରେ ବାହାରକୁ ବାହାରନ୍ତୁନି । ଯଦି ଆମେ ସମସ୍ତ ନିୟମ ମାନି ଚାଳିବା ତେବେ କରୋନା କବଳରୁ ନିଶ୍ଚୟ ରକ୍ଷା ପାଇପାରିବା । ଆମ ଜୀବନ ଆମ ହାତରେ ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ହେଲେ କିଛି ଅମାନିଆ ମେଡ଼ିସିନ ଆଣିବା ବାହାନାରେ ଅସୁଥୁବା ଦେଖିବାକୁ ମିଳିଛି ଆଜି ଜିରାବାଡ଼ିଜିରାବାଡ଼ି ଠାରେ ଜଗନ୍ନାଥ ପ୍ରସାଦ ଆଇ.ଆଇ.ସି ଶ୍ରୀ ଦିଲ୍ଲୀପ କୁମାର ସ୍ୱାଇଁ ଚେକିଙ୍ଗ କଡା କଡୀ କରୁଥିବା ଦେଖିବାକୁ ମିଳିଛି ଏବଂ କିଛି ଅମାନୀୟା ଙ୍କ ଠାରୁ ରେଡ଼କ୍ରସ ବାବଦ କୁ 500ଟଙ୍କା ଲେଖାଏ ଆଦାୟ କରିଛନ୍ତି 1