ଭୁବନେଶ୍ୱର – କୋଭିଡ଼ ଦ୍ୱିତୀୟ ଲହରୀ ର ମୁକାବିଲା ପାଇଁ ବଲାଙ୍ଗୀର ଜିଲ୍ଲା କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ,ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରୁ ଦୁଇ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସୂଚନାଯୋଗ୍ୟ ଯେ କୋଭିଡ଼ର ପ୍ରଥମ ଲହର ରେ ଗତ ବର୍ଷ ବିଭିନ୍ନ ପର୍ଯାୟରେ ବଲାଙ୍ଗୀର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ବାର କୋଟି ଟଙ୍କା ମଞ୍ଜୁର କରିଥିଲେ।
ଭଦ୍ରକ ଜିଲ୍ଲାରେ ନୂଆ ୨୧୬ କରୋନା ପଜିଟିଭ୍ ଚିହ୍ନଟ
ଭଦ୍ରକ ଜିଲ୍ଲାରେ ଗତ ୨୪ ଘଂଟା ମଧ୍ୟରେ ନୂଆ ୨୧୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିବା ପରେ ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲ ଓ ହୋମ୍ ଆଇସୋଲେସନ ରଖାଯାଇ ଚିକିତ୍ସା କରାଯାଉଛି । ଏହାକୁ ମିଶାଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୮୭୧ କୁ ବୃଦ୍ଧି ପାଇଛି ।
ସେହିପରି ଗତକାଲି ସୁଦ୍ଧା ଜିଲ୍ଲାରେ ମୋଟ୍ ୯୧୦୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବର୍ତମାନ ସୁଦ୍ଧା ଜିଲ୍ଲାରେ ୧୭୩୯ ସକ୍ରିୟ ମାମଲା ରହିଛି । ଅଦ୍ୟାବଧି ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୨ ରହିଛି ।