କନ୍ଧମାଳ- ଦିର୍ଘ ଦିନର ବ୍ୟବଧାନ ପରେ କନ୍ଧମାଳ ଜିଲ୍ଲାରେ କୋଭିଡ ସଂକ୍ରମଣ ର ପାରଦ ତଳକୁ ଖସିଛି । ମିଳିଥିବା ସୂଚନା ଅନୁସାରେ ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ୬୯ ଜଣ ନୁଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଚିହ୍ନଟ ହୋଇଥିବା ନୁଆ ସଂକ୍ରମିତଙ୍କ ମଧ୍ୟରୁ ଫୁଲବାଣୀ ପୌରାଂଚଳରୁ ୯ ଜଣ ଓ ଗ୍ରାମାଂଚଳରୁ ୩ ଜଣଙ୍କୁ ମିଶାଇ ମୋଟ ୧୨ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ବାଲିଗୁଡା ବିଜ୍ଞାପିତ ଅଂଚଳରୁ ୫ ଜଣ ଏବଂ ଗ୍ରାମାଂଚଳରୁ ୫ ଜଣଙ୍କୁ ମିଶାଇ ମୋଟ ୧୦ ଜଣ,ଚକାପାଦର ୩ ଜଣ,ଦାରିଙ୍ଗବାଡିର ୫,ଘୁ.ଉଦୟଗିରିର ୫ ଜଣ,କ.ନୁଆଗାଁର ୧୨,ଖଜୁରିପଡାର ୩,ଫିରିଙ୍ଗିଆର ୮, ଟିକାବାଲିର ୩ଜଣ,କୋଟଗଡ ଅଂଚଳର ୫ ଜଣ ଏବଂ ରାଇକିଆ ଓ ତୁମୁଡିବନ୍ଧ ଅଂଚଳର ଜଣେ ଲେଖାଏଁ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡିଛି । ଏମାନଙ୍କୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭,୪୯୩ ରେ ପହଂଚିଛି । ସେମାନଙ୍କ ମଧ୍ୟରୁ ୬,୬୭୭ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାର କ.ନୁଅଅଗାଁ ବ୍ଳକ ଅଂଚଳର ଜଣେ ୫୫ ବର୍ଷର ପୁରୁଷଙ୍କ କୋଭିଡ ସଂକ୍ରମଣରେ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଜିଲ୍ଲାରେ କୋଭିଡ ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୩୬ ରେ ପହଂଚିଛି । ଆଉ ୭୮୦ ଜଣ ସଂକ୍ରମିତ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି ।
Related Stories
November 24, 2024
November 24, 2024