ନୂଆଦିଲ୍ଲୀ –ହିନ୍ଦୁ ସମାଜ ପାର୍ଟି ର ନେତା କମଲେଶ ତିୱାରୀ ହତ୍ୟାକାଣ୍ଡ ମାମଲାରେ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଏଭଳି ଘଟଣା ଅସ୍ୱୀକାର୍ଯ୍ୟ । ଏଥିରେ ସାମିଲ ଥିବା କାହାକୁ ମଧ୍ୟ ଛଡା ଯିବ ନାହିଁ । ଘଟଣାର ତଦନ୍ତ ଭାର ଏସଟିଆଇକୁ ଦିଆଯାଇଛି । ଅନ୍ୟପକ୍ଷରେ କମଲେଶଙ୍କ ପରିବାର ତାଙ୍କୁ ଭେଟିବାକୁ ଚାହୁଛନ୍ତି ତେବେ ସେ ଭେଟିବେ ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ ସେ ସମ୍ପୂର୍ଣ୍ଣ ଘଟଣାର ଅନୁଧ୍ୟାନ କରୁଛନ୍ତି । ଏଭଳି ଘଟଣାଗୁଡିକୁ ବରଦାସ୍ତ କରାଯିବ ନାହିଁ । ଏହି ମାମଲାରେ ଦୋଷୀକୁ ଛଡାଯିବ ନାହିଁ ।
ଗତକାଲି ଉତରପ୍ରଦେଶର ରାଜଧାନୀ ଲକ୍ଷେ୍ନø ରେ ହିନ୍ଦୁ ସମାଜ ପାର୍ଟି ତଥା ହିନ୍ଦୁ ମହାସଭାର ନେତା କମଲେଶ ତିୱାରୀଙ୍କୁ କିଛି ଦୁର୍ବୃତ ଗଳା କାଟି ହତ୍ୟା କରିଥିଲେ । ଘଟଣାର ପର୍ଦ୍ଧାଫାସ୍ ୨୪ ଘଂଟାରେ କରାଯାଇଛି ବୋଲି ପୋଲିସ୍ ଦାବି କରିଛି । ଉତରପ୍ରଦେଶ ଡିଜିପି ଓ.ପି ସିଂହ କହିଛନ୍ତି ଯେ ଦୁର୍ବୃତ ମିଠା ଡବାରେ ଛୁରୀ ଓ ବନ୍ଧୁକ ଲୁଚାଇ ଆଣିଥିଲେ । ଏହା ସବୁଠାରୁ ବଡ ସୁରାକ ଥିଲା । ଏହାକୁ ଆଧାର କରି ପୋଲିସ୍ ଟିମ୍ ଗଠନ କରି ଉତର ପ୍ରଦେଶ ଓ ଗୁଜୁରାଟରେ ଯାଂଚ ଚଳାଇଛି । ବର୍ତମାନ ସୁଦ୍ଧା ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ରଶିଦ୍ ଅହମ୍ମଦ ପଠାନ୍ , ମୌଲାନା ମୋହସିନ୍ ଶେଖ୍ ଓ ଫୈଜାନ୍ ।