ଭୁବନେଶ୍ୱର – ଚନ୍ଦ୍ରଯାନ- ୨ ମିଶନ ୯୦ ପ୍ରତିଶତ ସଫଳ ହୋଇଛି ବୋଲି ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍ ର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ମହାକାଶରେ ତ୍ରୁଟିକୁ ସୁଧାରି ହୋଇପାରିବ ନାହିଁ । କଣ ପାଇଁ ଲ୍ୟାଣ୍ଡର ସହ ସମ୍ପର୍କ ବିଚ୍ଛିନ୍ନ ହେଲା ତାହା ବର୍ତମାନ ଜଣାପଡି ନାହିଁ ।ଏହାର ବହୁତ ଗୁଡିଏ କାରଣ ରହିଥାଇପାରେ । ତେବେ ଅରବିର୍ଟର କାମ କରୁଛି । ଉକ୍ତ ଅରବିଟରର ଅବଧି ୧ ବର୍ଷ ରହିଛି । ଅରବିଟର ସୂଚନା ପଠାଇଲେ ସମ୍ପର୍କ ବିଚ୍ଛିନ୍ନ ହେବାର କାରଣ ସ୍ପଷ୍ଟ ହେଆଇପାରିବ । ସଫଳତା ଓ ବିଫଳତା ବିଜ୍ଞାନରେ ଲାଗି ରହିଥାଏ । ଯେତେବେଳେ ମିଶନ ବିଫଳ ହୁଏ ସେତେବେଳେ ବୈଜ୍ଞାନିକ ମାନେ ନିଜର ମନୋବଳକୁ ସୁଦୃଢ କରି ସଫଳତା ପାଇବା ପାଇଁ କାର୍ଯ୍ୟ କରିଥାନ୍ତି । ପରବର୍ତୀ ପରୀକ୍ଷଣ ବେଳେ ଯେପରି ଏହାର ପୁନରାବୃତି ନଘଟିବ ବୈଜ୍ଞାନିକ ମାନେ ଦୃଷ୍ଟି ଦେବେ । ଚନ୍ଦ୍ରଯାନ ଉପରେ ୯୭୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହା ସମ୍ପୂର୍ଣ୍ର ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଥିଲା ବୋଲି ସେ କହିଛନ୍ତି ।
3 thoughts on “ଚନ୍ଦ୍ରଯାନ- ୨ ,୯୦ ପ୍ରତିଶତ ସଫଳ”
Leave a Reply Cancel reply
Related Stories
November 23, 2024
Amazing! Thіs bⅼoɡ looks just like my ᧐ld one! It’s on a
totally different tolic but іt hhas pretty much the same layout and design.
Wondеrful choice of colors!
hahaha, i think it not possible, anyway thank you for writing us. if possible try to make a payment like paper rate to increased our team and our efforts.
thank you. if possible try to make a payment like paper rate to increased our team and our efforts