ସମ୍ବଲପୁର- ପୂର୍ବତଯ ରେଳପଥ, ସମ୍ବଲପୁର ରେଳ ମଣ୍ଡଳର ନିରାପତା ବିଭାଗ ଦ୍ୱାରା ଭର୍ଚୁଆଲ ମୋଡ଼ ମାଧ୍ୟମରେ ଗ୍ରୀଷ୍ମକାଳୀନ ସତର୍କତା ଉପରେ ଏକ ନିରାପ୍ତା ସେମିନାର ଆୟୋଜିତ ହୋଇଥିଲା । ଉକ୍ତ ସେମିନାରରେ ସମସ୍ତ ଅଧିକାରୀ ଓ ଇଂଜିନିୟିରଂ ବିଭାଗର ପ୍ରାୟ ୭୦ ସୁପରଭାଇଜର ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ମଣ୍ଡଳ ରେଳ ପ୍ରବନ୍ଧକ, ପ୍ରଦୀପ କୁମାର ସେମିନାରର ଅଧ୍ୟକ୍ଷତା କରି ଗ୍ରୀଷ୍ମକାଳୀନ ନିରାପ୍ତା ସତର୍କତା ଉପରେ ଧ୍ୟାନ ଆକର୍ଷଣ କରିଥିଲେ । ନିରାପତା ବର୍ଗର କର୍ମଚାରୀମାନେ ସର୍ବଦା ନିରାପତା ସାବଧାନତା ଅବଲମ୍ବନ କରିବା ଉଚିତ ଏବଂ କୌଣସି ପ୍ରକାର ସର୍ଟକଟ ପଦ୍ଧତି ଗ୍ରହଣ ନ କରିବା ଏବଂ ନିୟମିତ ରେଳ ଧାରଣାର ରକ୍ଷଣାବେକ୍ଷଣ ଏବଂ ନିରାପ୍ତା ଉପକରଣ ଗୁଡ଼ିକର ସଠିକ୍ ଯାଂଚ ଉପରେ ସଜାଗ ରହିବା ଉଚିତ ବୋଲି ସେ କହିଛନ୍ତି ।
ଏହି ଅବସରରେ ବରିଷ୍ଠ ମଣ୍ଡଳ ଯନ୍ତ୍ରୀ (ସମନ୍ୱୟ) ଜୟନ୍ତ୍ର କୁମାର ଖମାରୀ, ଗ୍ରୀଷ୍ମ ଋତୁରେ ମାତ୍ରାଧିକ ଗରମ ସମୟରେ ରେଳ ଚଳାଚଳ ପ୍ରତି ଯେପରି କୌଣସି ଅପ୍ରିତିକର ପରିସ୍ଥିତି ନ ଉପୁଜେ ସେଥିପ୍ରତି ସଜାଗ ରହିବା ସହିତ ଟ୍ରାକ୍ର ରକ୍ଷଣାବେକ୍ଷଣ ପ୍ରତି ବିଶେଷ ଧ୍ୟାନ ଦେବା ତଥା ରେଳ ଧାରଣାରେ ଉପଯୁକ୍ତ ବାଲାଷ୍ଟ ବ୍ୟବସ୍ତା କରିବା ଓ ରେଳ ଧାରଣା ବଙ୍କେଇବା କ୍ଷେତ୍ରରେ ତୁରନ୍ତ ପଦକ୍ଷେପ ନେବା ଉଚିତ ବୋଲି କହିଥିଲେ । ବରିଷ୍ଠ ମଣ୍ଡଳ ଯନ୍ତ୍ରୀ (ପୂର୍ବ) ଅରୁଣ କୁମାର ମହାରଣା, ଗ୍ରୀଷ୍ମାକଳୀନ ସତର୍କତା ବିଷୟ ଉପରେ ଏକ ପାୱାର ପଏଂଟ ଉପସ୍ଥାପନା କରିଥିଲେ ।ଏିହ ଅବସରରେ ବରିଷ୍ଠ ଅଧିକାରୀ ମାନେ ନିରାପ୍ତା ସମ୍ପର୍କିତ ବିଭିନ୍ନ ପ୍ରକାର ମୂଲ୍ୟବାନ ପରାମର୍ଶ ଦେଇଥିଲେ । ବରିଷ୍ଠ ମଣ୍ଡଳ ନିରାପତା ଅଧିକାରୀ ପିତବାସ ପଣ୍ଡା ଉକ୍ତ ସେମିନାରର ସଂଯୋଜନା କରିଥିଲେ ।