ପୁରୀ – କରୋନା ମହାମାରୀର ସ୍ଥିତି ଓ ଟୀକାକରଣ ଅବ୍ୟବସ୍ଥାକୁ ଦେଖି ଆସୋସିଏଟ୍ ଅଫ୍ ଟ୍ୱିଟର ଆକ୍ଟିଭିଟିସ ପକ୍ଷରୁ ପ୍ରତି ୱାର୍ଡ ଅନୁଯାୟୀ ଟୀକାକରଣ କରିବା ପାଇଁ ଏକ ଦାବିପତ୍ର ଆଜି ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ପୁରୀ ସହରରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଅଳ୍ପ ଟୀକାଦାନ କେନ୍ଦ୍ରରେ ଟୀକା ଦେବା ପାଇଁ ପ୍ରବଳ ଗହଳି ହେଉଛି । ସାମାଜିକ ଦୂରତା ରହୁନାହିଁ । ଯାହାଫଳରେ କରୋନା ସଂକ୍ରମଣ ବଢୁଛି । ପୁରୀ ପୌରାଞ୍ଚଳରେ ସମସ୍ତ ୱାର୍ଡରେ ଟୀକାକରଣ କରାଗଲେ ସମସ୍ତେ ଏହି ସୁବିଧା ନେଇ ପାରନ୍ତେ । ପ୍ରତି ୱାର୍ଡରେ ଥିବା ଅଙ୍ଗନବାଡି କେନ୍ଦ୍ର, ବିଦ୍ୟାଳୟ, କମ୍ୟୁନିଟି ହଲରେ ଟୀକାକରଣ ବ୍ୟବସ୍ଥା କରାଗଲେ ସୁବିଧା ଓ ପାଖରେ ସାହିବ୍ୟକ୍ତିମାନେ ଟୀକାଗ୍ରହଣ କରିପାରନ୍ତେ । ଏହି ଟୀକାକରଣ କରାଗଲେ ଟ୍ୱିଟର ଆକ୍ଟିଭିଟିସ ପକ୍ଷରୁ ସଭ୍ୟମାନେ ସହଯୋଗ କରିବେ ବୋଲି ଦର୍ଶାଇଛନ୍ତି । ଦାବିପତ୍ର ଦେବା ସମୟରେ ସତ୍ୟନାରାୟଣ ସାହୁ, ସନ୍ତୋଷ ବିନ୍ଧାଣୀ, ମିଥୁନ ଜେନା, ଦେବରାଜ ଦାସ, ଆଦିତ୍ୟ ନାରାୟଣ ବାରିକ, ପ୍ରିୟଙ୍କା ପାତ୍ର, କୃଷ୍ଣଚନ୍ଦ୍ର ପ୍ରଧାନ ଓ ଡି. ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ ।
Related Stories
November 23, 2024