
ଭୁବନେଶ୍ୱର – କୃଷକ ଆନ୍ଦୋଳନରେ ୨୫ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ଏବଂ ହତ୍ୟା ପରେ କରୋନାରେ ତାଙ୍କର ମୃତ୍ୟୁ ଦର୍ଶାଇବା ଘଟଣାର ଏକ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ।
ଟିକୀରି ସୀମାରେ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଚାଲିଥିବା କୃଷକ ଆନ୍ଦୋଳନରେ ପଶ୍ଚିମବଙ୍ଗର ୨୫ ବର୍ଷୀୟ ଯୁବତୀ କୃଷକ ମାନଙ୍କ ସହ ଆନ୍ଦୋଳନରେ ଯୋଗ ଦେଇଥିଲେ । କୃଷକ ଆନ୍ଦୋଳନରେ କୃଷକ ମୁଖା ପିନ୍ଧି ବାମପନ୍ଥୀନେତା ଓ ଅନ୍ୟ ରାଜନୈତିକ ଦଳର ନେତାମାନେ ସେହି କୃଷକ ରହୁଥିବା ତମ୍ବୁ ଭିତରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରି ମାରିଦେଇଥିଲେ ।ଏହି ବଳାତ୍କାର ମାମଲାରେ କୃଷକ ମୋର୍ଚ୍ଚାର ନେତାମାନେ ମଧ୍ୟ ଜଡିତ ଥିଲେ ଯେଉଁଥିରେ ଯୋଗେନ୍ଦ୍ର ଯାଦବଙ୍କ ନାମ ମଧ୍ୟ ଅଛି । ଘଟଣାରେ ପୋଲିସ ୬ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ସେଥିମଧ୍ୟରୁ ୨ଜଣ ରାଜନୈତିକ ଦଳର ସକ୍ରିୟ କାର୍ଯ୍ୟକର୍ତା ।ଏହି ଘଟଣାରେ ଜଡ଼ିତ ଥିବା ସମସ୍ତ ଅଭିଯୁକ୍ତଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯାଉ ବୋଲି ଏବିଭିପି ଓଡ଼ିଶାର ରାଜ୍ୟ ସମ୍ପାଦକ ଶ୍ରୀମାନ ସୌଭାଗ୍ୟ ମହାନ୍ତି ଦାବି କରିଛନ୍ତି ।