
ଭଦ୍ରକ – ଭଦ୍ରକରେ କୋଭିଡ଼୍ ପରିଚାଳନା ନେଇ ଜିଲ୍ଲା ପ୍ରଶାସନର କାର୍ଯ୍ୟ ପ୍ରଣାଳୀ ଓ ଭ୍ରମାତ୍ମକ ସୂଚନାକୁ ତୀବ୍ର ନିନ୍ଦା କରିଛି ଜିଲ୍ଲା ବିଜେପି । ଏହି ଘଟଣାକୁ ନେଇ ଆଜି ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତି ହେମନ୍ତ ପାଢୀ, ବିରୋଧୀ ଦଳର ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀ, ଭଦ୍ରକ ବିଧାନସଭା ସ୍ତରିୟ ନେତା ଡା. ପ୍ରଦୀପ ନାୟକ, ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ଜିଲ୍ଲା ଉପସଭାପତି ଶ୍ରୀହର୍ଷ ସ୍ୱାଇଁ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଠା ଓ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରମୁଖ ଯୋଗଦେଇ ଜିଲ୍ଲା ପ୍ରଶାସନର ଏଭଳି କାର୍ଯ୍ୟକୁ ଦୃଢ଼ ନିନ୍ଦା କରିବା ସହ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଅପରିଣାମଦର୍ଶିତାରୁ କରୋନା ଟୀକା ନେବା ନେଇ ପ୍ରଥମେ ଲୋକେ ଭୟ କରିଥିଲେ । ତାହାକୁ ଦଳୀୟ ନେତା ମାନେ ଭର୍ତ୍ସନା କରିଥିଲେ ।