ଭୁବନେଶ୍ୱର- ଗୁରୁକେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଓ “ଆର୍ଟ ଅଫ୍ ଲିଭିଙ୍ଗ” ର ମିଳିତ ସହଯୋଗରେ ଏହି ମହାମାରୀ ସମୟରେ କଳାକାରମାନଙ୍କ ପାଇଁ ଏକ ତିନି ଦିନିଆ ଯୋଗ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ବିଭିନ୍ନ ପ୍ରକାର ବ୍ରିଦିଂ ଏକ୍ସର୍ସାଇଜ୍ର ଅନଲାଇନ୍ କର୍ମଶାଳାର ଶୁଭାରମ୍ଭ ହୋଇଛି ।
୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେହ ସକାଳ ୭ ଟାରୁ ୭.୩୦ ମିନିଟ୍ ପର୍ଯ୍ୟନ୍ତ ଗୁଗୁଲ୍ ମିଟ୍ ଜରିଆରେ ଏହି କାର୍ଯ୍ୟକ୍ରମ ଜାରି ରହିବ । କର୍ମଶାଳାର ପ୍ରଥମ ଦିନରେ ପ୍ରାୟ ୩୦ ରୁ ଊର୍ଦ୍ଧ୍ୱ କଳାକାର ଏହି କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ । ଏହି ଅନୁଷ୍ଠାନରେ ଯୋଗ ଶିକ୍ଷାଦାନ କରୁଥିବା ସନ୍ତୋଷ ଏବଂ ରଶ୍ମି ଙ୍କୁ ମୁଖ୍ୟନିର୍ବାହୀ ଡଃ ସଂଗୀତା ଗୋସାଇଁ ଧନ୍ୟବାଦ ଜଣାଇବା ସହିତ ନିଜେ ଏବଂ ଅନ୍ୟମାନେ ଯେଉଁ ଶିକ୍ଷାଲାଭ କଲେ ତାକୁ ଅନ୍ୟମାନଙ୍କୁ ମଧ୍ୟ ଶିକ୍ଷାଦାନ ଦେଇ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ ।
Related Stories
November 23, 2024