
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ ,୧୨/୦୫/୨୦୨୧,ଜଗତଗୁରୁ ରାମାନନ୍ଦାଚାର୍ଯ୍ୟ ଉତ୍କଳ ପୀଠାଧିଶ୍ୱର ଶ୍ରୀ ସ୍ୱାମୀ ଅରୂପାନନ୍ଦ ଜୀ ମହାରାଜ ଏକ ପତ୍ର ମାଧ୍ୟମରେ ସମ୍ମାନନୀୟ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଙ୍କୁ ଅନୁରୋଧ କରିଛନ୍ତି ଯେ କରୋନା ମହାମାରୀରେ ସାରା ଭାରତରେ କରୋନା ସଂକ୍ରମଣ ହୋଇ ଅନେକ ରୋଗୀ ଚିକିତ୍ସାଧିନ ଅଛନ୍ତି ଏବଂ ଅନ୍ୟମାନଙ୍କୁ କରୋନା ସଂକ୍ରମଣରୁ କିଭଳି ସୁରକ୍ଷା ଦିଆଯାଇ ପାରିବ ସେଥିପ୍ରତି ଧ୍ୟାନ ଦେବାପାଇଁ ଚିଠିରେ ଉଲ୍ଲେଖ ରହିଛି |
ଯେଉଁଭଳି ପ୍ରଥମ ଲହରରେ ଲକଡାଉନ, ସଟଡାଉନ, କଣ୍ଟେନମେଣ୍ଟ ଭଳି ତୁରନ୍ତ ପଦକ୍ଷେପ ନେବାରୁ ସାରା ଭାରତ ବାସୀ ପ୍ରଥମ ଲହରରେ କରୋନାକୁ ହରାଇ ପାରିଥିଲେ |
ହେଲେ ଦ୍ଵିତୀୟ ଲହରରେ ଅନେକ ଲୋକ ସଂକ୍ରମଣ ହୋଇ ମୃତ୍ୟୁ ବରଣ କରୁଛନ୍ତି |ଏହି ସମସ୍ୟା ସମାଧାନ ନିମନ୍ତେ ପ୍ରଥମ ଲହର ଭଳି କୋଭିଡ ହସ୍ପିଟାଲ, ମେଡ଼ିସିନ, ଆମ୍ବୁଲାନ୍ସ ଭଳି ଅନ୍ୟ ସବୁ ଅତ୍ୟାବଶ୍ୟକ ସୁବିଧାକୁ ଆବଶ୍ୟକ ଅନୁଯାୟୀ ପୂରଣ କରାଯାଉ |
ଜଗତଗୁରୁ ରାମାନନ୍ଦାଚାର୍ଯ୍ୟ ଉତ୍କଳ ପୀଠାଧିଶ୍ୱର ଶ୍ରୀ ସ୍ୱାମୀ ଅରୂପାନନ୍ଦ ଜୀ ମହାରାଜ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ପ୍ରଶଂସା କରି ଉଲ୍ଲେଖ କରିଛନ୍ତି ଯେ ସାରା ଭାରତ ଯେତେବେଳେ ଆକ୍ସିଜେନ ସଙ୍କଟ ଭଳି ସମସ୍ୟା ଦେଇ ଗତି କରୁଥିଲା ସେତେବେଳେ ନବୀନ ପଟ୍ଟନାୟକ ଭାରତର କୋଣ ଅନୁକୋଣ କୁ ଆକ୍ସିଜେନ ଯୋଗାଇ ଦେଇ ସ୍ୱତନ୍ତ୍ର ଉଦାହରଣ ସୃଷ୍ଟି କରିଛନ୍ତି |