
ନୂଆଦିଲ୍ଲୀ, ମହାମାରୀର ମୁକାବିଲା ଏବଂ ପରିଚାଳନା ପାଇଁ ଉଦ୍ଦିଷ୍ଟ ଭାରତ ସରକାରଙ୍କ ପାଂଚ ସୂତ୍ରୀ ରଣନୀତିର ଏକ ଅଭିନ୍ନ ଅଙ୍ଗ ପାଲଟିଛି ଟିକାକରଣ (ଟେଷ୍ଟ, ଟ୍ରାକ, ଟ୍ରିଟ ଓ କୋଭିଡ ଅନୁକୂଳ ବ୍ୟବହାର) । ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡ଼ିକୁ ମାଗଣାରେ କୋଭିଡ ଟିକା ଯୋଗାଇ ଦେଇ ଭାରତ ସରକାର ଦେଶବ୍ୟାପୀ ଟିକାକରଣ ଅଭିଯାନକୁ ଆଗେଇ ନେବାରେ ସହଯୋଗ କରିଆସୁଛନ୍ତି ।୨୦୨୧ ମେ ୧ରୁ କୋଭିଡ-୧୯ ଟିକାକରଣର ଉଦାର ତଥା ତ୍ୱରିତ ପର୍ଯ୍ୟାୟ ୩ ରଣନୀତିର କାର୍ଯ୍ୟାନ୍ୱୟନ ଆରମ୍ଭ ହୋଇଯାଇଛି । ସରକାରଙ୍କ ରଣନୀତିରେ ଏହା ସ୍ପଷ୍ଟ ହୋଇଯାଇଛି ଯେ ପ୍ରତିମାସ ସେଂଟ୍ରାଲ ଡ୍ରଗ୍ସ ଲାବୋରେଟୋରି (ସିଡିଏଲ) ଦ୍ୱାରା ଅନୁମୋଦିତ କୌଣସି ଉତ୍ପାଦନକାରୀଙ୍କ ୫୦% ଟିକା ଭାରତ ସରକାର ହାସଲ କରିବେ । ସରକାର ସିଡିଏଲ ଅନୁମୋଦିତ ଟିକାର ୫୦% ହାସଲ ଜାରି ରଖିବେ ଏବଂ ଏହାକୁ ପୂର୍ବ ଭଳି ରାଜ୍ୟ ସରକାରମାନଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣାରେ ଉପଲବ୍ଧ କରାଇବେ ।ଭାରତ ସରକାର ବର୍ତମାନ ପର୍ଯ୍ୟନ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡ଼ିକୁ ମାଗଣାରେ ୧୮ କୋଟିରୁ ଅଧିକ ଟିକା ଡୋଜ (୧୮,୦୦,୦୩,୧୬୦) ପ୍ରଦାନ କରିସାରିଲେଣି । ତନ୍ମଧ୍ୟରୁ, ନଷ୍ଟ ହୋଇଥିବା ଡୋଜକୁ ମିଶାଇ ମୋଟ ବ୍ୟବହୃତ ଡୋଜ ସଂଖ୍ୟା ୧୭,୦୯,୭୧,୪୨୯ ହୋଇଛି (ଆଜି ସକାଳ ୮ଟାରେ ଉପଲବ୍ଧ ତଥ୍ୟ ଅନୁସାରେ) ।
ବର୍ତମାନ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡ଼ିକ ନିକଟରେ ୯୦ ଲକ୍ଷରୁ ଅଧିକ କୋଭିଡ ଟିକା ଡୋଜ (୯୦,୩୧,୬୯୧) ଉପଲବ୍ଧ ରହିଛି ଯାହା ଲୋକମାନଙ୍କୁ ଦିଆଯିବ । ନକାରାତ୍ମକ ସନ୍ତୁଳନ ଥିବା ରାଜ୍ୟ ସେମାନଙ୍କୁ ଯୋଗାଣ ହୋଇଥିବା ଟିକା ଠାରୁ ଅଧିକ ବ୍ୟବହାର (ନଷ୍ଟ ସହିତ) କରୁଥିବା ଦେଖିବାକୁ ମିଳୁଛି କାରଣ ସେମାନେ ସଶସ୍ତ୍ର ବଳକୁ ଯୋଗାଇଥିବା ଟିକାକୁ ଏହା ସହିତ ମେଳ ଖୁଆଇ ନାହାନ୍ତି ।ଅଧିକନ୍ତୁ, ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡ଼ିକ ଦ୍ୱାରା ୭ ଲକ୍ଷରୁ ଅଧିକ (୭,୨୯,୬୧୦) ଅତିରିକ୍ତ ଟିକା ଡୋଜ ଗ୍ରହଣ କରାଯିବ ।