କୋରାପୁଟ – କୋରାପୁଟ ଜିଲ୍ଲା ମୁଖ୍ୟାଳୟରେ ମାଓ ଦମନ ନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁÂିତ ହୋଇଯାଇଛି । ଡିଆଇଜିଙ୍କ ନେତୃତ୍ୱରେ ଅନୁÂିତ ଏହି ବୈଠକରେ ଦକ୍ଷିଣ -ପଶ୍ଚିମାଚଂଳ ରେଞ୍ଜ୍ ର ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବୈଠକରେ କୋବ୍ରା, ସିଆରପିଏଫ, ବିଏସଏଫ ଏବଂ ଓଡ଼ିଶା ପୋଲିସର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ସାମିଲ୍ ଥିଲେ । ନକ୍ସଲ ମାନେ ଦିନକୁ ଦିନ ସେମାନଙ୍କର ଆକ୍ରମଣର ତରିକା ବଦଳାଉଥିବାରୁ ଏପରିକି ଡ୍ରୋନ୍ ଏବଂ ଆଧୁନିକ ଅସ୍ତ୍ରଶସ୍ତ୍ରର ବ୍ୟବହାର କରୁଥିବାରୁ ଆଗାମୀ ଦିନରେ ପୋଲିସ କିପରି ନିଜକୁ ପ୍ରସ୍ତୁତ ରଖିବ ସେନେଇ ବୈଠକରେ ଆଲୋଚନା ହୋଇଥିଲା । ଏତଦ୍ ବ୍ୟତୀତ ମାଓ ଦମନ ସଂକ୍ରାନ୍ତୀୟ ଅନ୍ୟ କେତକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।
Related Stories
November 24, 2024
November 24, 2024