

Related Stories
April 21, 2025
ମାଲକାନଗିରି, କରୋନା ସଂକ୍ରମଣ ଯୋଗୁଁ ଲକ ଡାଉନ ଘୋଷଣା କରାଯାଇଥିବାବେଳେ ଆନ୍ଧ୍ର, ଓଡିଶା, ଛତିଶଗଡ଼ ୩ ରାଜ୍ୟର ସୀମାକୁ ସିଲ କରାଯାଇଛି!ଏପରି କଡା ସୁରକ୍ଷା ବ୍ୟବ ସ୍ଥା ମଧ୍ୟରେ ଜଣେ ଯୁବକ ସ୍କୋପ୍ରିଓ ଗାଡ଼ିରେ ୩ ରାଜ୍ୟର ପୋଲିସ କୁ ଚକମା ଦେଇ ଖସିଯିବାକୁ ଉଦ୍ୟମ କରି ୩ ରାଜ୍ୟର ପୋଲିସ ଦ୍ୱାରା କରାଯାଇଥିବା ବ୍ୟାରିକେଡ଼ ଭାଙ୍ଗି ବା ପରେ ଶେଷରେ ଛତିଶଗଡ଼ ରାଜ୍ୟ କୋଣ୍ଟା ଠାରେ ସିଆରପିଏଫ ଯବାନ ଗାଡି କୁ ଅଟକାଇବାକୁ ଚେଷ୍ଟା କରିବାବେଳେ ସେ ଯବାନ ଉପରକୁ ଗାଡି ଚଢାଇ ଖସିବାକୁ ଉଦ୍ୟମ କରିବାରୁ ଯବାନ ଗୁଳି ଚଳାଇଥିଲେ!ଏଥିରେ ସେ ଗୁରୁତର ଆହତ ହୋଇ ରାସ୍ତା କଡ଼କୁ ଗାଡି ସହ ଖସି ପଡିଥିଲା!ଆହତ ଗାଡି ଚାଳକ କୁ ଯବାନ ମାନେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜଗଦଲ ପୁର ଚିକିତ୍ସା ପାଇଁ ନେଇଥିଲେ!କଣ ପାଇଁଗାଡି ଚାଳକ ଏପରି ବ୍ୟା ରିକେଡ଼ ଭାଙ୍ଗି ଯାଉଥିଲା ସେ ନେଇ ତଦନ୍ତ ଚଳାଇଛନ୍ତି!ଗତକାଲି ଧଳା ରଙ୍ଗର ଏମ ଏଚ ୨ ୭ ଡ଼ି ଏ ୬ ୩ ୩ ୨ ନମ୍ବର ସ୍କୋପ୍ରିଓ ଗାଡି ପୋଡ଼ଶି ଆନ୍ଧ୍ର ପ୍ରଦେଶ ର ଚିନ୍ତୁର ଠାରେ ପୋଲିସ କର୍ମଚାରିଙ୍କୁ ଧକ୍କା ଦେଇ ଓଡିଶା ଓ ଛତିଶଗଡ ରାଜ୍ୟ ଦେଇ ନିଜ ରାଜ୍ୟ କୁ ଖସି ଯିବାକୁ ଉଦ୍ୟମ କରୁଥିଲା!ଓଡିଶା ସୀମା ପଡିଆ ଥାନା ଦରନାପାଲ ବ୍ରିଜ ଦେଇ ଛତିଶଗଡ ଇଞ୍ଜରାମ, ଏରାବୋରାରେ ବ୍ୟାରିକେଡ଼ ଭାଙ୍ଗିତେଲେଙ୍ଗାନା ରାଜ୍ୟଦେଇ ଖସି କୁ ଯିବାକୁ ଚାହୁଁ ଥିବାବେଳେ କୋଣ୍ଟା ଠାରେ ସିଆରପିଏଫ ଯବାନ ମାନେ ଗାଡି ଅଟକାଇବାକୁ ଚେଷ୍ଟାକରିଥିଲେ କିନ୍ତୁ ଗାଡି ନ ରହିବାରୁ ଗୁଳି ଚଳାଇଥିଲେ!ଗୁଳି ଗାଡି ଚଳାଉଥିବା ବ୍ୟକ୍ତି ର ଅଣ୍ଟା ରେ ଲାଗିଥିଲା!ଏହାପରେ ତାକୁ କାବୁ କରି ଧରିଥିଲେ!ଗାଡି ମହାରାଷ୍ଟ୍ର ର ହୋଇଥିବା ବେଳେ ଆହତ ବ୍ୟକ୍ତି ଜଣଙ୍କ ଅମରାବତୀ ଜିଲ୍ଲା ସୁଲତାନପୁର ଅଞ୍ଚଳର ହନୁମନ୍ତ ମୋହିତ ବୋଲି ଜଣାପଡିଛି!