
କେନ୍ଦୁଝର, କେନ୍ଦୁଝର ଜିଲ୍ଲା କାରାଗାରରୁ ୯ ଜଣ କଏଦୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିବା ପରେ ତୁରନ୍ତ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ମାନଙ୍କର କୋଭିଡ଼୍ ଟେଷ୍ଟ କରାଯାଇଥିଲା । ଚିହ୍ନଟ ୯ ସଂକ୍ରମିତ କଏଦୀଙ୍କ ମଧ୍ୟରୁ ୩ ଜଣଙ୍କୁ ଜେଲ୍ ମଧ୍ୟରେ ଥିବା କୋଭିଡ଼୍ ୱାର୍ଡ଼ରେ ଏବଂ ଅନ୍ୟ ୬ ଜଣଙ୍କୁ ଆଇସୋଲେସନ ସେଂଟରରେ ରଖାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ କୋଭିଡ଼୍ ଆକ୍ରାନ୍ତ ମାନଙ୍କୁ ପିପିଇ କିଟ୍ ଓ ଔଷଧ ଆଦି ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି । ପ୍ରକାଶ ଥାଉକି, ଗତ ୨୮ ତାରିଖରେ ଏକ ଚୋରି ମାମଲାରେ ୩ ଜଣ ଅଭିଯୁକ୍ତ କୋର୍ଟ ଜେଲ୍ କୁ ପଠାଇଥିଲେ । ସେ ସମୟରେ ସେମାନଙ୍କ ଠାରେ ଥଣ୍ଡା, ଛିଙ୍କ, କାଶ ଆଦିର ଲକ୍ଷଣ ଥିବାର ଜଣାପଡିଥିଲା ।