
କେନ୍ଦ୍ରାପଡ଼ା, କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍ ଜାଗୁଳାଇପଡ଼ା ପଚାଂୟତରେ ୨୪ ଘଂଟା ମଧ୍ୟରେ ୨୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପଚାଂୟତର ୨୨ ଓ ୨୩ ନଂ ୱାର୍ଡ଼କୁ ପ୍ରଶାସନ ପକ୍ଷରୁ ୭ ଦିନ ପାଇଁ କଂଟେନମେଂଟ ଜୋନ୍ ଘୋଷଣା କରାଯାଇଛି । ଏହି ଅବଧି ମଧ୍ୟରେ ସମ୍ପୃକ୍ତ ଅଂଚଳକୁ କେହି ବାହାରର ଲୋକ ପ୍ରବେଶ କରିପାରିବେ ନାହିଁ କିମ୍ବା କଂଟେନମେଂଟ ଜୋନ୍ ର କୌଣସି ବ୍ୟକ୍ତି ଆବଦ୍ଧାଚଂଳରୁ ବାହାରକୁ ଯାଇପାରିବେ ନାହିଁ । ସେନେଇ ପ୍ରଶାସନ ପକ୍ଷରୁ କଟକଣା ଜାରୀ କରାଯାଇଛି । ରାଜକନିକା ତହସିଲଦାର, ବିଡ଼ିଓ ଓ ଥାନା ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି । ୭ ଦିନ ପର୍ଯ୍ୟନ୍ତ ଆବଦ୍ଧାଚଂଳର ସମସ୍ତ ପରିବାର ପାଖରେ ରାସନ ସାମଗ୍ରୀ ଓ ଔଷଧ ପହଂଚାଇବା ପାଇଁ ବ୍ୟବସ୍ଥା କରାଯାଇଥିବା ନେଇ ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି ।ଏଠାରେ ଉଲ୍ଲେଖଯୋଗ୍ୟ, କରୋନାର ଦ୍ୱିତୀୟ ଲହରରେ ସାରା ରାଜ୍ୟରେ ପଜିଟିଭଙ୍କ ସଂଖ୍ୟା ଲଗାତାର ଭାବେ ବୃଦ୍ଧି ପାଇଥିବା ବେଳେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୪୧ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡିଛି ।