ମୁମ୍ବାଇ – କେନ୍ଦ୍ରୀୟ ଗୃହ ମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦେଶର ସୁରକ୍ଷା ସର୍ବୋପରି । କିନ୍ତୁ କଂଗ୍ରେସ କେବେ ହେଲେ ରାଷ୍ଟ୍ରର ସୁରକ୍ଷାକୁ ସର୍ବୋପରି ମାନି ନାହିଁ । କଂଗ୍ରେସ ସବୁ ବେଳେ ସ୍ୱାତନ୍ତ୍ର୍ୟବୀର ବିନାୟକ ଦାମୋଦର ସାବରକରଙ୍କର ଅପମାନ କରି ଆସିଛି । ଶନିବାର ଦିନ ନନ୍ଦୁରବାର ଠାରେ ଏକ ଜନସଭାକୁ ସମ୍ବୋଧିତ କରି ଶ୍ରୀ ଶାହ ଏହା କହିଛନ୍ତି ।
ସେ କହିଛନ୍ତି ଯେ ୨୦୦୭ରେ କଂଗ୍ରେସ ସରକାର କହିଥିଲେ ଯେ ହାଜରା ବିବିକୁ ଦେଶରୁ ବାହାରକୁ ଯିବାକୁ ଦିଆ ଯିବ ନାହିଁ । ତେବେ ସେତେବେଳେ ଜଣେ ମନ୍ତ୍ରୀ ମୁମ୍ବାଇ ଆକ୍ରମଣରେ ୩୦୦ ଜଣଙ୍କ ମୃତ୍ୟୁ ପାଇଁ ଦାୟୀ ବ୍ୟକ୍ତିର ପରିବାର ସହିତ କମର୍ସିଆଲ ଏଗ୍ରିମେଂଟ କିପରି କରିଥିଲେ । ଏହାର ଉତର ଶରଦ ପାବାର, ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କୁ ଦେବାକୁ ପଡିବ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ବୀର ସାବରକରଙ୍କୁ କଂଗ୍ରେସ କେବେ ହେଲେ ସମ୍ମାନ ଦେଇ ନାହିଁ । ତାଙ୍କୁ ବୀରର ଉପାଧି ୧୨୫ କୋଟି ଭାରତୀୟ ଦେଇଛନ୍ତି । ବୀର ସାବରକର ଆଜୀବନ ଭାରତ ମାତାଙ୍କ ପାଇଁ ଲଢେଇ ଲଢିଥିଲେ । ସେ କେବଳ ମହାରାଷ୍ଟ୍ରର ନୁହେଁ ବରଂ ସମ୍ପୂର୍ଣ ଭାରତର ବୀର ନେତା ଥିଲେ ।