-
ସଞ୍ଜୟ କୁମାର ସିଂହ ହେଲେ ଭୁବନେଶ୍ୱର ମହାନଗର ନିଗମ ନୂଆ କମିଶନର

ଭୁବନେଶ୍ୱର, ରାଜ୍ୟ ସରକାର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସ୍ତରରେ ସାମାନ୍ୟ ଅଦଳ ବଦଳ କରିଛନ୍ତି । ବର୍ତମାନ ଭୁବନେଶ୍ୱର ମହାନଗର ନିଗମର କମିଶନର ଭାବେ ଥିବା ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସ୍ଥାନରେ ୧୯୯୭ ବ୍ୟାଚର ଆଇଏଏସ ଅଫିସର ସଞ୍ଜୟ କୁମାର ସିଂହଙ୍କୁ ବିଏମସି କମିଶନର ଭାବେ ଅବସ୍ଥାପିତ କରା ଯାଇଛି । ବତର୍ତ୍ତମାନ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ସଚିବ ଥିବା ସଞ୍ଜୟ କୁମାର ସିଂହଙ୍କୁ ବିଏମସି କମିଶନର ସହ ବିଡିଏ ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ସେହିପରି ବିଡିଏ ଉପାଧ୍ୟକ୍ଷ ସହ ସ୍ମାର୍ଟ ସିଟି ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ବର୍ତମାନ ବିଏମସି କମିଶନର ଥିବା ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଭାବେ ବଦଳି କରାଯାଇଛି ।ସେହିପରି ବରିଷ୍ଠ ଆଇଏଏସ ହେମନ୍ତ ଶର୍ମାଙ୍କୁ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବାବେଳେ ଡ଼.କ୍ରିଷନ କୁମାରଙ୍କୁ ଇଡ଼କୋ ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।