
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଳକର ପୂର୍ବତନ ଚେୟାରମେନ ବାବୁଲା ଚୌଧୁରୀ (୫୪)ଙ୍କ ଆଜି ସକାଳ ସାଢେ ପାଂଚ ଟା ସମୟରେ ଭୁବନେଶ୍ବର ସ୍ଥିତ ସମ୍ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ତିନି ଦିନ ପୂର୍ବେ ଶ୍ୱାସପ୍ରଶ୍ବାସଜନିତ କଷ୍ଟ ହେବାରୁ ତାଙ୍କୁ ସମ୍ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ପୂର୍ବରୂ ସେ କରୋନା ପଜେଟିଭ ଥିବା ପରିକ୍ଷାରୁ ଜଣାପଡିଛି ।ସେ ବିଜେଡି ରାଜ୍ୟ ପରିଷଦ ସଭ୍ୟ ଥିଲେ । ଶ୍ରୀ ଚୌଧୁରୀଙ୍କ ଅକାଳ ବିୟୋଗରେ ବରିଷ୍ଠ ସାମ୍ବାଦିକ ତଥା ଓୟୁଡବ୍ଲୁଜେର ଗଞ୍ଜାମ ଜିଲା ସଭାପତି ଡାକ୍ତର ହୃଷୀକେଶ ମହାନ୍ତି ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ତାଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଶ୍ରୀ ଚୌଧୁରୀଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଶେରଗଡ ତଥା ସମଗ୍ର ଗଞ୍ଜାମ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି ।