
ପୁରୀ, ସରକାରୀ ମହିଳା ମହାବିଦ୍ୟାଳୟ ଠାରେ ଆଜି ଏକ କୋଭିଡ୍ କେୟାର ସେଣ୍ଟରକୁ ଜିଲ୍ଲାପାଳ ଉଦଘାଟନ କରିଛନ୍ତି l ବିଶ୍ୱ ନର୍ସ ଦିବସ ଉପଲକ୍ଷେ ଜଣେ ନର୍ସ ନାଲିଫିତା କାଟିଥିଲେ l ଏହି ଅବସରରେ ଜିଲ୍ଲାପାଳ କହିଛନ୍ତି ଯେ, ସଂକ୍ରମିତଙ୍କ ସେବା ପାଇଁ ଏଠାରେ ସବୁ ବ୍ୟବସ୍ଥା କରାଯାଇଛି l 40ଟି ଅକ୍ସିଜେନ ସିଲିଣ୍ଡର ରଖାଯାଇଛି l ଆଗକୁ ପାଇପ୍ ଯୋଗେ ଅକ୍ସିଜେନ ଯୋଗାଇଦେବା ବ୍ୟବସ୍ଥା ହେବ l 4 ଜଣ ଡାକ୍ତର ଓ 6 ଜଣ ପାରାମେଡିକାଲ କର୍ମଚାରୀ କାମ କରିବେ l ଦୁଇଟି ଆମ୍ବୁଲାନ୍ସ ରଖାଯାଇଛି l 15 ତାରିଖରୁ ଏହା ରୋଗୀଙ୍କ କାମରେ ଲାଗିବ l