
ଗଞ୍ଜାମ, ଗଞ୍ଜାମ ଜିଲାରେ ବହୁ ସାମ୍ବାଦିକ ଯେଉଁ ମାନେ କି ଦୀର୍ଘ ୫୦, ୬୦ ବର୍ଷ ଧରି ସାମ୍ବାଦିକତା କରିଆସୁଛନ୍ତି ସେମାନଙ୍କର ବୀମା କାର୍ଡ ହୋଇ ପାରୁନି । ସେମାନେ ଯେତେଥର ଆବେଦନ କଲେ ମଧ୍ୟ ବିଧିବଦ୍ଧ ଭାବେ ତାହାକୁ ଖାରଜ କରିଦିଆଯାଉଛି କିମ୍ବା ବୀମାଭୁକ୍ତ କରାଯାଉନି । ଅଥଚ ବହୁ ଅବାଂଛିତ ବ୍ୟକ୍ତି ତଥା ନକଲି ସାମ୍ବାଦିକ ବୀମାଭୂକ୍ତ ହୋଇଥିବା ଜଣାପଡିଛି ।କେତେକ ସାମ୍ବାଦିକ ନିଜର ପତ୍ନୀ ପୁଅ ଝିଅ ଭାଇଭଉଣୀଙ୍କ ନାମରେ ଜାଲ୍ ସାମ୍ବାଦିକ ପରଚୟପତ୍ର ସଂଗ୍ରହ କରି ଏହାକୁ ଦାଖଲ କରି ସୂଚନା ଓ ଲୋକସମ୍ପର୍କ ବିଭାଗରୁ ବୀମା କାର୍ଡ ପାଇବାକୁ ସକ୍ଷମ ହୋଇଛନ୍ତି । କେତେକ ସରକାରୀ ଚାକିରିରେ ନିଯୁକ୍ତି ଥାଇ ମଧ୍ୟ ସାମ୍ବାଦିକ ହୋଇଛନ୍ତି । ସେମାନଙ୍କ ନାମ ସାମ୍ବାଦିକ ବୀମା ତାଲିକାରେ ରହିଛି । ଅଥଚ ପ୍ରକୃତ ସାମ୍ବାଦିକ ମାନେ ବୀମା ପାଇବାରୁ ବଂଚିତ ହୋଇଥିବା ଜଣାପଡିଛି । ତୁରନ୍ତ ଏହାର ତଦନ୍ତ ହେବା ସହ ଯୋଗ୍ୟ ସାମ୍ବାଦିକମାନଙ୍କୁ ବୀମାଭୂକ୍ତ କରିବାର ବ୍ୟବସ୍ଥା କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।