
କେନ୍ଦୁଝର, ୧କେନ୍ଦୁଝର ଜିଲ୍ଲା କାରାଗାରରେ ନଅ ଜଣ ଅନ୍ତେବାସୀ କଏଦୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲା କାରାଗାରର ସୂଚନା ଅନୁସାରେ, ଗତ ମାସ ୨୮ ତାରିଖରେ ଏକ ଚୋରୀ କେଶରେ ତିନି ଜଣ ଅଭିଯୁକ୍ତ କୋର୍ଟରୁ ଫରୱାର୍ଡ ହୋଇ ଜିଲ୍ଲା କାରାଗାରକୁ ଆସିଥିଲେ । ସେ ସମୟରେ ସେମାନଙ୍କର ଠାରେ ଥଣ୍ଡା, ଛିଙ୍କ, କାଶ ଆଦିର ଲକ୍ଷଣ ଥିବାର ଜଣାପଡିଥିଲା । ତେଣୁ, ସେମାନଙ୍କର କୋଭ୍ଡ ଟେଷ୍ଟ ହେବା ପରେ ସେମାନେ କରୋନା ପଜେଟିଭ ବା କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ତୁରନ୍ତ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ମାନଙ୍କର ମଧ୍ୟ କୋଭିଡ ଟେଷ୍ଟ ହୋଇଥିଲା । ଯେଉଁଥିରୁ ଆଉ ୬ ଜଣ କଏଦୀ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ବର୍ତମାନ ଏହି ନଅ ଜଣ କରୋନା ଆକ୍ରାନ୍ତ ମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ଜେଲ ମଧ୍ୟରେ ଥିବା କୋଭିଡ୍ ୱାର୍ଡରେ ଓ ଅନ୍ୟ ୬ ଜଣଙ୍କୁ ଆଇସୋଲେସନ ସେଟଂରରେ ରଖାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସମସ୍ତ କୋଭିଡ୍ ଆକ୍ରାନ୍ତ ମାନଙ୍କୁ ପିପିଇ କିଟ୍ ଓ ଔଷଧ ଆଦି ସମସ୍ତ ପ୍ରକାରର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିବା ଜେଲ୍ କର୍ତୃପକ୍ଷ ସୂଚନା ଦେଇଛନ୍ତି ।