ନୂଆଦିଲ୍ଲୀ – ହରିଆଣା ବିଧାନସଭା ପ୍ରଚାରର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହରିଆଣାର ସିରସା ଠାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ସେ କହିଛନ୍ତି ଯେ ଧାରା ୩୭୦ର ଭୟ ଦେଖାଇ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ଓ ବିଛିନ୍ନତାବାଦୀ ମାନେ ଦିଲ୍ଲୀ ସରକାରକୁ ଡରାଇ ରଖିଥିଲେ। ଏହି ଅବସରରେ ସେ କହିଛନ୍ତି ଯେ କଂଗ୍ରେସ ସରକାର ତାଙ୍କର ନୀତି ଜରିଆରେ କାଶ୍ମୀରକୁ ଶେଷ କରିବା ଦିଗରେ ଠିଆ କରି ଦେଇଥିଲା । କିନ୍ତୁ ଏବେ କାଶ୍ମୀରର ଭାଗ୍ୟ ଭାରତ ଓ କାଶ୍ମୀରର ଲୋକ ମାନେ ସ୍ଥିର କରିବେ । ସେ କହିଛନ୍ତି ଯେ ଗୁରୁ ନାନକଦେବଜୀଙ୍କ ୫୫୦ତମ ପ୍ରକାଶ ପର୍ବର ଉଲ୍ଲେଖ କରି କହିଥିଲେ ଯେ କରତାରପୁର କରିଡର ନିର୍ମାଣର କାମ ପୂରା ହୋଇ ଯାଇଛି । ବିଭାଜନ ସମୟରେ କରତାରପୁରକୁ ପାକିସ୍ତାନରେ ଦିଆ ଯାଇଥିବା ନେଇ ସେ କଂଗ୍ରେସ ଉପରେ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ କଂଗ୍ରେସ କାଶ୍ମୀରକୁ ଗୋଟିଏ- ଦୁଇଟି ପରିବାର ଭରସାରେ ଛାଡି ଦେଇଥିଲା । ଦିଲ୍ଲୀର ଗାଦି ପାଇଁ କାଶ୍ମୀରକୁ ବରବାଦ କରିବାକୁ ଦିଆ ଯାଇ ପାରିବ ନାହିଁ । ଏବେ ସେଠାକାର ଭାଗ୍ୟ ସମ୍ପର୍କରେ ନିଷ୍ପତି ଶତ୍ରୁ ଦେଶରେ ବସିଥିବା ଲୋକ ମାନେ ନେଇ ପାରିବେ ନାହିଁ । କାଶ୍ମୀର ଓ ଭାରତର ଲୋକ ମାନେ ହିଁ ଏହା ବିଷୟରେ ନିଷ୍ପତି ଗ୍ରହଣ କରିବେ ବୋଲି ସେ କହିଛନ୍ତି
Related Stories
October 25, 2024