

Related Stories
May 10, 2025
ମାଲକାନଗିରି, ମାଲକାନଗିରି ଜିଲ୍ଲା ପଡିଆ ଥାନା ଅନ୍ତର୍ଗତ ନିଲିଗୁଡା ଗ୍ରାମରେ ଗତ ଶୁକ୍ରବାର ରାତ୍ର ରେ ଗୁଣିଗାରେଡି କୁ ନେଇ ବୁଦୁରା ପଡିଆମୀ କୁ କରାଯାଇଥିବା ହତ୍ୟା ଘଟଣାର ତଦନ୍ତ କରି ପଡିଆ ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ ଏଥିରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି!ପ୍ରକାଶ ଥାଉକି ଶୁକ୍ରବାର ରାତ୍ର ୮ ଟା ବେଳେ ବୁଦୁରା ଘର ବାରଣ୍ଡାରେ ବସିଥିବାବେଳେ ୩ ଜଣ ଲୋକ ଆସି ତା ସହ କଥାହେଉଥିଲେ, ପରେ ସେମାନେ ତାକୁ ଗଳାକାଟି ହତ୍ୟା କରିଚାଲିଯାଇଥିବା ନେଇ ବୁଦୁରା ର ସ୍ତ୍ରୀ ଥାନାରେ ଏତଲା ଦେବାପରେ ପୋଲିସ ହତ୍ୟା କାଣ୍ଡରେ ସମ୍ପୃକ୍ତ ଥିବା ସନ୍ଦେହରେ ଗ୍ରାମର ଇର୍ମା କବାସୀ, ଏରା କବାସୀ ଓ ଇଡିଆ ପୁନେମ କୁ ଥାନାକୁ ଆଣି ପଚରା ଉଚୁରା କରିବାରୁ ସେମାନେ ଗୁଣି ଗାରେଡି ପାଇଁ ବୁଦୁରା କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ!