ମାଲକାନଗିରି, ନିଜ ଗାଁ କୁ ଭଲ ରାସ୍ତା ନଥିବାରୁ ଉପଯୁକ୍ତ ଚିକିତ୍ସା ସୁବିଧା ନପାଇ ବିହାର ରାଜ୍ୟ ଗେହଲୁର ଗ୍ରାମର ଦଶରଥ ମାନଝି ଙ୍କ ସ୍ତ୍ରୀ ମୃତ୍ୟୁ ବରଣ କରିଥିଲେ!ଏହା ପର ଠାରୁ ମାନଝି ନିଜେ ଏକୁଟିଆ ପାହାଡ଼ କାଟି ରାସ୍ତା ନିର୍ମାଣ କରି ମାଉନଟେନ ମ୍ୟାନ ଭାବେ ସମଗ୍ର ଦେଶରେ ପରିଚିତ ହୋଇଥିଲେ!ଏଥିରୁ ଅନୁପ୍ରାଣିତ ହୋଇ ପ୍ରଶାସନର ସହାୟତା କୁ ଅପେକ୍ଷା ନକରି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କୁଟୁଣି ପାଲି ପଞ୍ଚାୟତ ର ଲୋକ ମାନେ ଦୀର୍ଘ ୭ କିଲୋମିଟର ପାହାଡ଼ କାଟି କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ସୀମା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରି ଅନ୍ୟ ଗ୍ରାମବାସୀଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି!ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ର ଅନେକ ଗାଁକୁ ଆଜିପର୍ଯ୍ୟନ୍ତ ଭଲ ରାସ୍ତା ଟିଏ ନାହିଁ!ଫଳରେ ଅଞ୍ଚଳ ବାସୀ ବାରମ୍ବାର ପ୍ରଶାସନ ଠାରୁ ଆରମ୍ଭ କରି ଜନ ପ୍ରତିନିଧିଙ୍କୁ ଗୁହାରି କରିବା ପରେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ!ପାହାଡ଼ ପର୍ବତ ଚାରି ଆଡେ ଘେରି ରହିଥିବାରୁ ପଞ୍ଚାୟତ ର ଲୋକଙ୍କୁ କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ର ଗୁପ୍ତେଶ୍ୱର, ଦଣ୍ଡାବାଡ଼ି, ରାମଗିରି ଗ୍ରାମରେ ବସୁଥିବା ସାପ୍ତାହିକ ହାଟ କୁ ନିଜ ଉତ୍ପାଦିତ ପନିପରିବା ଓ ଜଙ୍ଘଲ ଜାତ ଦ୍ରବ୍ୟ କୁ ବିକ୍ରୀ ପାଇଁ ନେବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ! କରୋନା ମହାମାରୀ ଚାଲିଥିବାରୁ ଗ୍ରାମବାସୀ କୁଆଡେ କାମକୁ ନଯାଇ ଗାଁରେ ରହିଛନ୍ତି!ଏହି ସମୟର ସଦୁପଯୋଗ କରିବା ପାଇଁ ଗାଁ ରେ ଏକ ବୈଠକ କରାଯାଇ କୁଟୁଣୀ ପାଲି ପଞ୍ଚାୟତ ସଦର ମହକୁମା ଠାରୁ ବୈପାରୀଗୁଡା ବ୍ଲକ ସୀମା ପର୍ଯ୍ୟନ୍ତ ରାସ୍ତା ଶ୍ରମଦାନ କରି ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା!ଉକ୍ତ ନିଷ୍ପତ୍ତି ଅନୁଯାୟୀ ଗ୍ରାମର ସମସ୍ତ ପୁରୁଷ ଲୋକ ଏକାଠି ହୋଇ ହାତରେ କୋଡ଼ି,କୋଦାଳ , ଧରି ନିଜ ଯାତାୟାତ ର ସୁବିଧା ପାଇଁ ରାସ୍ତା ନିର୍ମାଣ କରିବାରେ ଲାଗିପଡ଼ିଥିଲେ!ଶେଷରେ ସେମାନେ ଦୀର୍ଘ ୭ କିଲୋ ମିଟର ପାହାଡ଼ କୁ କାଟି ରାସ୍ତା କରିବାରେ ସଫଳ ହୋଇଥିଲେ!ଏହି ରାସ୍ତା ନିର୍ମାଣ ହେବା ପରେ ଗ୍ରାମବାସୀ ଅକ୍ଳେଶ ରେ ବୈପାରୀଗୁଡା ବ୍ଲକ ର ବିଭିନ୍ନ ହାଟ ଓ ଗାଁ କୁ ଯିବାଆସିବା କରିପାରୁଛନ୍ତି!