

ମାଲକାନଗିରି, ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ସୁକୁମା ଓ ବିଜାପୁର ଜିଲ୍ଲା ସୀମାନ୍ତରେ ଗତ ୨ 0ଦିନ ତଳେ ମାଓ ସଂଗଠନ ଏକ ବୈଠକ କରିଥିଲା!ଏଥିରେ ଆନ୍ଧ୍ର, ତେଲେଗାନା, ଓଡିଶା ଓ ଛତିଶଗଡ଼ ରାଜ୍ୟରୁ ପ୍ରାୟ ୫ ଶହ ରୁ ଅଧିକ ମାଓବାଦୀ ଯୋଗଦେଇଥିଲେ!ଏହି ବୈଠକ ପରେ ବହୁ ସଂଖ୍ୟାରେ ମାଓବାଦୀ କରୋନା ରେ ଆକ୍ରାନ୍ତ ହୋଇ ଚିକିତ୍ସା ସୁବିଧା ନପାଇ ଜଙ୍ଘଲ ଓ ନିକଟସ୍ଥ ଆଦିବାସୀ ଜନବସତି ଗୁଡିକରେ ଆସି ରହିଥିବା ଜଣାପଡିବାପରେ ଦନ୍ତେବାଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡ଼ଃ ଅଭିଷେକ ପଲ୍ଲବ ସେମାନଙ୍କୁ ଆତ୍ମସମର୍ପଣ କଲେ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି କହିଥିଲେ!କିନ୍ତୁ ମାଓବାଦୀ ଆତ୍ମସମର୍ପଣ କରିନଥିଲେ!ଫଳରେ ଚିକିତ୍ସା ନପାଇ ଗତକାଲି ବସ୍ତର ଜଙ୍ଘଲରେ ୧ 0ଜଣ ମାଓବାଦୀ କରୋନା ରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି!ସାଥୀ ମାଓବାଦୀ ମାନେ ମୃତ ଙ୍କ ଶବ ଜଙ୍ଘଲ ରେ ଦାହ କରିଦେଇଥିବାବେଳେ ଏବେ ଆହୁରି 4ଶହ ରୁ ଅଧିକ ମାଓବାଦୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି!ମାଓବାଦୀ କରୋନାରେ ଆକ୍ରାନ୍ତ ହେବା ପରେ ବସ୍ତର ଜଙ୍ଘଲ ରେ ଥିବା ଆଦିବାସୀ ଗାଁ ଗୁଡିକର ଲୋକ ଅଧିକ ଚିନ୍ତିତ ହୋଇପଡିଛନ୍ତି!