ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବରେ ପୁରୀ ଜିଲ୍ଲା ଦେଶ ବିଦେଶରେ ପରିଚିତ। ଦୈନିକ ହଜାର ହଜାର ଦେଶୀ ବିଦେଶୀ ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ। ପୁରୀ ଜିଲ୍ଲାର ମୁଖ୍ୟ ପର୍ଯ୍ୟଟନ କ୍ଷେତ୍ର କହିଲେ ମୁଖ୍ୟତଃ ଶ୍ରୀଜଗନ୍ନାଥ ମନ୍ଦିର ଏବଂ କୋଣାର୍କ ମନ୍ଦିର କୁ ବୁଝାଏ। କିନ୍ତୁ ଦୁର୍ଭାଗ୍ୟର ବିଷୟ, ଫନି ବାତ୍ୟା ପର ଠାରୁ ଦୀର୍ଘ ଦୁଇ ବର୍ଷ ହେବ ପୁରୀ କୋଣାର୍କ ବେଳାମାର୍ଗ ସମ୍ପୂର୍ଣ୍ଣ ଅନ୍ଧକାର ମଧ୍ୟରେ। ଆଲୋକିକରଣ ସମସ୍ତ ଭିତ୍ତିଭୂମି ରହିଥିଲେ ମଧ୍ୟ ଫନି ରେ ଭାଙ୍ଗିଥିବା ପ୍ରତ୍ୟେକ ପ୍ରମୁଖ ଛକ ମାନଙ୍କର ହାଇମାସ୍ତ୍ ଲାଇଟ୍ ଏବେ ବି ଭଗ୍ନ ଅବସ୍ଥାରେ ରହିଛି।ସନ୍ଧ୍ୟା ପରେ ରାସ୍ତା ଅନ୍ଧକାର ରହୁଥିବାରୁ ଯାତାୟାତ କରୁଥିବା ପର୍ଯ୍ୟଟକଙ୍କ ସମେତ ସ୍ଥାନୀୟ ବାସିନ୍ଦା ମାନେ ମଧ୍ୟ ଅନେକ ସମୟରେ ଲୁଟ୍ ଓ ଛିଂନ୍ତାଇ ର ଶିକାର ହେଉଛନ୍ତି। ଅନ୍ଧକାର ମଧ୍ୟରେ ଦୈନିକ ଛୋଟବଡ ଦୁର୍ଘଟଣା ଘଟୁଛି ଏବଂ ଅନେକ ସମୟରେ ଯାତ୍ରୀ ମାନେ ମୃତ୍ୟୁବରଣ କରିଥିବା ମଧ୍ୟ ନଜିର ରହିଛି। ଏହାଦ୍ବାରା ଯାତ୍ରୀ ଓ ପର୍ଯ୍ୟଟକ ମାନଙ୍କର ପୁରୀ ର ଭିତ୍ତିଭୂମି ପ୍ରତି ଖରାପ୍ ମନୋଭାବ ସୃଷ୍ଟି ହେବା ସ୍ବାଭାବିକ।
ଦ୍ବିତୀୟତଃ ଉକ୍ତ ରାସ୍ତା ଅଭୟାରଣ୍ୟ ଅଞ୍ଚଳ ମଧ୍ୟ ଦେଇ ଯାଉଛି, ଯାହାଫଳରେ ରାତ୍ର ଅନ୍ଧାରରେ ବନ୍ୟଜନ୍ତୁ ବିଶେଷ କରି ବିରଳ ହରିଣ ମାନେ ରାସ୍ତା ଉପରକୁ ଚାଲି ଆସନ୍ତି ଏବଂ ଦୁର୍ଘଟଣାର ଶିକାର ହେଉଛନ୍ତି, ଯାହା ବନ୍ୟଜନ୍ତୁ ସଂରକ୍ଷଣ ପ୍ରତି ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି।ତେଣୁ ଯାତ୍ରୀ ଓ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି, ପୁରୀ କୋଣାର୍କ ବେଳାମାର୍ଗ ର ଥିବା ପ୍ରମୁଖ ଛକ ମାନଙ୍କରେ ଫନୀ ବାତ୍ୟା ରେ ଅଚଳ ହୋଇଥିବା ହାଈମାଷ୍ଟ୍ ଲାଇଟ୍ ଗୁଡ଼ିକ ପୁନଃ କାର୍ଯ୍ୟକ୍ଷମ କରାଇବା ପାଇଁ Association of Twitter Activists, Puri ତରଫରୁ ପୁରୀ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଅନୁଷ୍ଠାନ ସଦସ୍ୟ ଶ୍ରୀ ସତ୍ୟନାରାୟଣ ସାହୁ, ଦେବରାଜ ଦାସ, ଦେବେନ୍ଦ୍ର ସୁବୁଦ୍ଧି, ସନ୍ତୋଷ ବିନ୍ଧାଣି ପ୍ରମୁଖ ଏହାକୁ ପ୍ରଦାନ କରିଛନ୍ତି।
Related Stories
November 24, 2024
November 24, 2024