

ଆଜି ଚିହ୍ନଟ ହୋଇଥିବା ୧୦୦୩୧ ଜଣଙ୍କ ମଧ୍ୟରୁ ୬୬୨୩ ଜଣ ସଂଗରୋଧରୁ ହୋଇଥିବା ବେଳେ ୩୪୦୮ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୩୦ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରେ ସବୁଠାରୁ ଅଧିକ ୧୩୨୯ ଜଣ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।
ଗତ ୨୪ ଘଂଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୪୫୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୩୦ ଜଣ, ବରଗଡ଼ରୁ ୪୫୦ ଜଣ, ଭଦ୍ରକରୁ ୨୪୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ବଲାଙ୍ଗୀରରୁ ୨୭୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ବୌଦ୍ଧ ଜିଲ୍ଲାରୁ ୧୮୩, କଟକରୁ ୭୨୦ ଜଣ, ଦେବଗଡ ଜିଲ୍ଲାରୁ ୧୧୮ ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୪୪ ଜଣ, ଗଜପତି ଜିଲ୍ଲାରୁ ୮୯, ଗଞ୍ଜାମରୁ ୨୦୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାରୁ ୧୧୫ ଜଣ, ଯାଜପୁରରୁ ୩୨୮ ଜଣ, ଝାରସୁଗୁଡ଼ାରୁ ୪୧୮ ଜଣ, କଳାହାଣ୍ଡିରୁ ୪୩୩ ଜଣ, କନ୍ଧମାଳ ଜିଲ୍ଲାରୁ ୭୫ ଜଣ. କେନ୍ଦ୍ରାପଡ଼ାରୁ ୨୪୩ ଜଣ, କେନ୍ଦୁଝରରୁ ୧୬୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଖୋର୍ଦ୍ଧାରୁ ୧୩୨୯ ଜଣ, କୋରାପୁଟରୁ ୧୪୨ ଜଣ ସଂକ୍ରମିତ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରୁ ୬୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୨୦୭ ଜଣ, ନବରଙ୍ଗପୁରରୁ ୩୦୬ ଜଣ, ନୟାଗଡ଼ରୁ ୨୬୯ ଜଣ, ନୂଆପଡ଼ାରୁ ୩୧୧ ଜଣ, ପୁରୀରୁ ୭୦୮ ଜଣ, ରାୟଗଡ଼ାରୁ ୧୩୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁରରୁ ୩୦୨ ଜଣ, ସୋନପୁରରୁ ୧୬୯ ଜଣ, ସୁନ୍ଦରଗଡ଼ରୁ ୮୨୪ ଜଣ ଓ ଷ୍ଟେଟ୍ ପୁଲରୁ ୨୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।