
ସାରା ବିଶ୍ୱରେ ଆଜି କରୋନା ମହାମାରୀ ରୋଗ ଆତଙ୍କ ର ଦ୍ଵିତୀୟ ଲହରୀ ରେ ଲୀନ ହେଵାକୁ ବସିଛି। ଯେଉଁ କରୋନା ର ଭୟାବହତା ସଂପର୍କରେ ଆଜକୁ ପାଞ୍ଚ ଶହ ବର୍ଷତଳୁ ଆସି ତାର ତାଣ୍ଡବ ଚରକ ସଂହିତା ରେ ଵର୍ନିତ ହୋଇଅଛି ଯାହାକୁ ରୋକା ଯାଇଥିଲା କେବଳ ଯଜ୍ଞ ଯୋଗୁ।ଶ୍ରୀମନ୍ଦିର ବରିଷ୍ଠ ସେବାୟତ ଶମ୍ଭୁନାଥ ଖୁଣ୍ଟିଆ ଆବାହକ ଭାବେ ଆରମ୍ଭ କରିବାକୁ ଯାଉଛନ୍ତି ଏହି ଯଜ୍ଞ ପୁର୍ଵ ଥର ପରି। ପ୍ରକାଶ ଥାଉକି ପୁର୍ଵ ବର୍ଷ ରଥଯାତ୍ରା ସମୟରେ ଏପରି ଏକ ଯଜ୍ଞର ଆୟୋଜନ କରାଯାଇଥିଲା ଯାହାର ପ୍ରତୀକ ଭାବେ ରଥଯାତ୍ରା ଅତି ସୁରୁଖୁରୁରେ ସଂପାଦନ କରିପାରିଥିଲେ ଵୋଲି ମୁକ୍ତିମଣ୍ଡପ ର ବରିଷ୍ଠ ବ୍ରାହ୍ମଣ ମାନେ ମତ ଦେଇଥିଲେ।ତେଣୁ ଏ ବର୍ଷ ଅକ୍ଷୟ ତୃତୀୟା ତିଥିରେ ସଂକ୍ରାନ୍ତି ପ୍ରଥମ ଥର ପାଇଁ ଆସୁଥିବାରୁ ଚରକ ସଂହିତା ଅନୁସାରେ ଏ ଯଜ୍ଞର ଆବଶ୍ୟକତା ରହିଛି।
ଏହାର ଆୟୋଜନ ଜନକଲ୍ୟାଣ ପତ୍ରିକା ପରିବାର ଓ ଅଗ୍ରୱାଲ ସମାଜ ସମିତି, ଜୟପୁର ଆନୁକୂଲ୍ୟରେ ଆସନ୍ତା ମେ ୧୫ ରେ ପୁରୀରେ ଆୟୋଜିତ ହେବ | ଏପରି ଭବ୍ୟ କର୍ମ ରେ ଶ୍ରୀମନ୍ଦିର ର ଛତିଶାନିଯୋଗ ମହାନାୟକ ପୈରହିତ୍ୟ କରିବା ସହ ପୁରୀ ଗଜପତି ମହାରାଜ ଙ୍କ ପ୍ରତିନିଧି ରୂପେ ନୂତନ ଭାବେ ଯୋଗଦେଇଥିବା ସହଯୋଗୀ ସେବାୟତ ମୁଦୀରସ୍ତ ଯୋଗ ଦେଵା ସହ ଛାମୁ ଖୁଣ୍ଟିଆ ନିଯୋଗ ର କର୍ମକର୍ତ୍ତା ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବ। ଯାହା ପୁରୀ ବୁଦ୍ଧିଜୀବୀ ମହଲରେ ସ୍ବାଗତ କରାଯିବା ସହ ସୋସିଆଲ୍ ମିଡିଆ ରେ ଏହି ସାଧୁ ଉଦ୍ୟମ ପାଇଁ ଅନୁଷ୍ଠାନ କୁ ଧନ୍ୟବାଦ ଅର୍ପଣ କରିଥିଲେ।