ଆଜି ଚିହ୍ନଟ ହୋଇଥିବା ୧୦୬୩୫ ଜଣଙ୍କ ମଧ୍ୟରୁ ୬୦୧୨ ଜଣ ସଂଗରୋଧରୁ ହୋଇଥିବା ବେଳେ ୪୬୨୩ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୩୦ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।ସ୍ୱାସ୍ଥ୍ୟ ବିଭାଗ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରେ ସବୁଠାରୁ ଅଧିକ ୧୫୬୪ ଜଣ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।ଗତ ୨୪ ଘଂଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୫୫୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩୦୧ ଜଣ, ବରଗଡ଼ରୁ ୪୪୩ ଜଣ, ଭଦ୍ରକରୁ ୧୦୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ବଲାଙ୍ଗୀରରୁ ୩୧୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବୌଦ୍ଧ ଜିଲ୍ଲାରୁ ୧୭୯, କଟକରୁ ୮୮୭ ଜଣ, ଦେବଗଡ ଜିଲ୍ଲାରୁ ୧୩୭ ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୪୬ ଜଣ, ଗଜପତି ଜିଲ୍ଲାରୁ ୧୦୧, ଗଞ୍ଜାମରୁ ୨୬୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାରୁ ୧୪୦ ଜଣ, ଯାଜପୁରରୁ ୨୯୦ ଜଣ, ଝାରସୁଗୁଡ଼ାରୁ ୪୫୬ ଜଣ, କଳାହାଣ୍ଡିରୁ ୪୬୯ ଜଣ, କନ୍ଧମାଳ ଜିଲ୍ଲାରୁ ୭୩ ଜଣ. କେନ୍ଦ୍ରାପଡ଼ାରୁ ୧୧୭ ଜଣ, କେନ୍ଦୁଝରରୁ ୧୨୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଖୋର୍ଦ୍ଧାରୁ ୧୫୬୪ ଜଣ, କୋରାପୁଟରୁ ୧୨୭ ଜଣ ସଂକ୍ରମିତ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରୁ ୭୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୧୭୯ ଜଣ, ନବରଙ୍ଗପୁରରୁ ୩୩୬ ଜଣ, ନୟାଗଡ଼ରୁ ୨୫୩ ଜଣ, ନୂଆପଡ଼ାରୁ ୩୨୪ ଜଣ, ପୁରୀରୁ ୪୩୭ ଜଣ, ରାୟଗଡ଼ାରୁ ୧୫୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁରରୁ ୬୪୧ ଜଣ, ସୋନପୁରରୁ ୧୪୯ ଜଣ, ସୁନ୍ଦରଗଡ଼ରୁ ୯୪୩ ଜଣ ଓ ଷ୍ଟେଟ୍ ପୁଲରୁ ୨୭୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।