ଝାରଖଣ୍ଡରେ କରୋନାର ୫,୯୭୩ ନୂଆ ମାମଲା
ରାଂଚି, ଝାରଖଣ୍ଡରେ କରୋନାର ୫,୯୭୩ ଟି ନୂଆ ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୬୧,୧୭୭ ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ୩,୬୧୫ ଜଣଙ୍କର ମୃତ୍ୟୁ ଘଟିଛି ।
ଛତିଶଗଡରେ ଗତ ୨୪ ଘଂଟାରେ କରୋନାର ୧୩,୬୨୮ ଟି ନୂଆ ମାମଲା
ରାୟପୁର,ଛତିଶଗଡରେ ଗତ ୨୪ ଘଂଟାରେ କରୋନାର ୧୩,୬୨୮ ଟି ନୂଆ ମାମଲା ସାମନାକୁ ଆସିଛି । ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୧,୩୧,୦୪୧ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।